ନିର୍ବାଚନ ପ୍ରଚାରର ଶେଷ ଦିବସ ପ୍ରତାପ ଓ ରୁଦ୍ରଙ୍କ ପାଇଁ ଧର୍ମେନ୍ଦ୍ରଙ୍କ ରୋଡ୍ ସୋ
ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍): ଆସନ୍ତା ୨୩ ତାରିଖରେ ହେବାକୁ ଯାଉଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନର ଆଜି ହେଉଛି ନିର୍ବାଚନ ପ୍ରଚାରର ଶେଷ ଦିନ । ଏଣୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବନ୍ତଳା ଠାରେ ଆୟୋଜିତ ଏକ ରୋଡ୍ ସୋ’ରେ ଯୋଗଦାନ କରି ବିଧାୟକ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଲୋକସଭା ପ୍ରାର୍ଥୀର୍ ରୁଦ୍ରନାରାୟଣ ପାଣିଙ୍କ ପାଇଁ ପ୍ରଚାର କରିଥିବା ଜଣାଯାଇଛି । ପ୍ରକାଶ ଯେ ଆଜି ଦିନ ୧୧ଟା ୩୦ ମି. ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲିକପ୍ଟର ଯୋଗେ ବନ୍ତଳାଠାରେ ପହଞ୍ଚିଥିଲେ । ଆଉ ଅପେକ୍ଷାରତ ହଜାର ହଜାର କର୍ମୀ ଏକ ବିଶାଳ ପଟୁଆରରେ ବନ୍ତଳା, ଶଙ୍ଖପୁର, ପୋକତୁଙ୍ଗା ଓ ଧୋକୁଟା ପଞ୍ଚାୟତର ବିଭିନ୍ନ ଗାଁ ଦେଇ ଏହି ବିଶାଳ ରୋଡ୍ ସୋ ଯାଇଥିଲା । ଆଉ ଦେଖିବାକୁ ମିଳିଥିଲା କର୍ମୀମାନଙ୍କ ମଧ୍ୟରେ ଭରି ରହିଥିଲା ଉତ୍ସାହ ଓ ଉଦ୍ଦୀପନା । ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନ ଓ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଥିଲେ ।