ନିର୍ବାଚନ ପ୍ରଚାର ସରଗରମ : ବ୍ୟାନର ଫୋଷ୍ଟରରେ ଲଢେଇ ଜୋରଦାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ପ୍ରତି ପଞ୍ଚାୟତରେ ବଡୁଛି ନିର୍ବାଚନ ଉଷ୍ମତା । ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ଜୋରଦାର ହେବା ପୂର୍ବରୁ ଗାଁ ଦାଣ୍ଡରେ କାନ୍ଥ ବାଡ଼ରେ ପୋଷ୍ଟରକୁ ନେଇ ଏକ ରକମର ଜୋରଦାର ଲଢେ଼ଇ ଦେଖିବାକୁ ମିଳିଛି । ଭୋଟରମାନେ ନିର୍ବାଚନ ପୋଷ୍ଟରକୁ ନେଇ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରେ ଉପଯୁକ୍ତ ପ୍ରାର୍ଥୀ ବାଛି ମତଦାନ କରିବେ ତାକୁ ନେଇ ଏବେ ଗୁମ୍ମା ପଞ୍ଚାୟତର ନିର୍ବାଚନ ଚର୍ଚ୍ଚା ବଡ଼ିବାରେ ଲାଗିଛି । ଗତ ନିର୍ବାଚନରେ ଗୁମ୍ମା ପଞ୍ଚାୟତର ଉଭୟ ସରୋପଞ୍ଚ ଓ ସମିତି ସଭ୍ୟ ପୁରୁଷଙ୍କ ପାଇଁ ସଂରକ୍ଷିତ ରହିଥିଲା। ସରପଞ୍ଚ ଭାବେ ଜିଖନୀୟ ରଇତ ଓ ସମିତି ସଭ୍ୟ ଭାବେ ନିହାର ରଞ୍ଜନ ଷଡ଼ଙ୍ଗୀଙ୍କୁ ପଞ୍ଚାୟତବାସୀ ନିର୍ବାଚିତ କରିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ସରପଞ୍ଚ ଭାବେ ୩ଜଣ ପ୍ରାର୍ଥୀ ଶ୍ରୀମତୀ ବାବିଲା ମଣ୍ଡଳ,ଶ୍ରୀମତୀ ପୟାନ୍ତି ଭୂୟାଁ ଓ ଶ୍ରୀମତୀ ପିତମଣି ରଇତ ମୌଦାନରେ ଲୋଡ଼ିବାକୁ ମଙ୍ଗ ଭିଡ଼ିଛନ୍ତି । ସେହିପରି ସମିତି ସଭ୍ୟ ଭାବେ ଶ୍ରୀମତୀ ସିଗ୍ଧାରାଣୀ ପାଣି ଓ ଶ୍ରୀମତୀ ଆରତୀ ଜେନାଙ୍କୁ ଟକ୍କର ଦେବାକୁ ନେଇ ନିଜ ପଞ୍ଚାୟତରେ ରଣକୌଶଳ ଜୋରଦାର କରିଛନ୍ତି। ନବାଗତ ସିଗ୍ଧାରାଣୀ ପାଣିଙ୍କୁ ପ୍ରାର୍ଥୀ ଭାବେ ବିଜେଡ଼ି ଦଳ ଭରସା କରିଛି । ଗୁମ୍ମା ପାଞ୍ଚାୟତ ୧୬ଟି ୱାର୍ଡକୁ ନେଇ ଗଠିତ ମୋଟ ଭୋଟର ସଂଖ୍ୟା ୩୬୯୩ ରହିଛି। ସେଥିମଧ୍ୟରୁ ପୁରୁଷ ଭୋଟର ୧୮୧୮ ଓ ମହିଳା ଭୋଟର ୧୮୭୫ ରହିଛି। ଦୁଇ ପ୍ରମୁଖ ବିଜେଡ଼ି ଓ କଂଗ୍ରେସ ଗୁମ୍ମା ପଞ୍ଚାୟତରେ ଥିବା ସମସ୍ତ ଭୋଟରଙ୍କୁ ନିଜ ଆଡ଼କୁ ପ୍ରଭାବିତ କରିବାରେ ଲାଗିଛନ୍ତି।ଉଭୟ ଦଳର ସମର୍ଥିତମାନେ ପ୍ରତେକ ଭୋଟରଙ୍କ ଘର ସାମନାରେ ନିଜର ପ୍ରଚାର ବ୍ୟାନର ପୋଷ୍ଟର ଲଗାଇ ପଞ୍ଚାୟତ ରାଜନୀତିକୁ ସରଗରମ କରିବାରେ ଲାଗିଛନ୍ତି ।