ନିର୍ବାଚନ ବିରୋଧରେ ସ୍ୱର ଉଠାଇଲେ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ହେଉଥିବା ଡାକ ମାଧ୍ୟମରେ ମତଦାନ ବିରୋଧରେ ସ୍ୱର ଉଠାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏକ ନିରାଧାର ଦାବି ଉଠାଇଛନ୍ତି । ଏହି ପ୍ରକ୍ରିୟା ଦ୍ୱାରା ନିର୍ବାଚନର ଫଳାଫଳ ପକ୍ଷପାତ କରିବା ପାଇଁ ବିଦେଶରେ ନିୟୁତ ନିୟୁତ ନକଲି ମତଦାନ ପତ୍ର ଛପାଯିବାର ଆଶଙ୍କା ରହିଛି ଯାହା କି ଆମ ସମୟର ଅନ୍ୟତମ ପ୍ରମୁଖ ଦୁର୍ନୀତି ହେବ ବୋଲି ଟ୍ରମ୍ପ କହିଛନ୍ତି । ତାଙ୍କର ଏପରି ଦାବି କୌଣସି ପ୍ରକାର ଏ ସଂକ୍ରାନ୍ତ ଧୋକାବାଜିକୁ ରୋକିବା ପାଇଁ ଦେଶ ଚଳାଇ ଅସୁବିଧା ବହୁବିଧ ସୁରକ୍ଷା ବ୍ୟବସ୍ଥା ପ୍ରତି ଯେ କେବଳ ଅଙ୍ଗୁଳି ଉଠାଇଛି ତାହା ନୁହେଁ, ବରଂ ନିର୍ବାଚନ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ଭରସାରେ ମଧ୍ୟ ଏହା ପ୍ରଶ୍ନବାଚୀ ଲଗାଇଛି । ଏପରିକି ଏହା ଦ୍ୱାରା ବିଦେଶୀ ବିରୋଧୀମାନେ ମଧ୍ୟ ଆମେରିକାର ନିର୍ବାଚନ ପ୍ରକ୍ରିୟାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ବୋଲି ଅନେକ ଆମେରିକୀୟ ଅଧିକାରୀ ସତର୍କ କରାଇ ଦେଇଛନ୍ତି । ଦ୍ୱିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାର ସ୍ୱପ୍ନ ଦେଖୁଥିବା ଟ୍ରମ୍ପ ନିକଟରେ ଓକଲାହୋମାର ତୁଲସା ଠାରେ ଏକ ନିର୍ବାଚନୀ ସଭାରେ ଅତି ନଗଣ୍ୟ ଉପସ୍ଥିତି ଦେଖି ହତୋତ୍ସାହିତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ