ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପ୍ରତିଷ୍ଠା ଦିବସ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ବ୍ଲକ ବିଜେଡି ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ବାଲିଗୁଡା ନିକଟସ୍ଥ ମହାସିଙ୍ଗ ପାଖରେ ପାଳିତ ହୋଇ୍ଯାଇଛି । ୍ର । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ ଅଚ୍ୟୁତ କୁମାର ସାମନ୍ତ ଯୋଗଦେଇ ଆମ ପ୍ରୀୟ ମୁଖ୍ୟମନ୍ତ୍ରୀ କୃଷି ଓ କୃଷକର ଉନ୍ନତି କରିବା ସହ ବିଜୁ ସ୍ୱ୍ୟାସ୍ଥ୍ୟ କାର୍ଡ ସହ କନ୍ଧମାଳ ଜିଲ୍ଲାକୁ ମେଡିକାଲ ଦେଇଛନ୍ତି ଓ ୨୦୨୪ରେ ଏହି ମେଡିକାଲ ଲୋକଙ୍କୁ ସେବା ଯୋଗାଇବ ,ଜିଲ୍ଲାକୁ ପାନୀୟ ଜଳର ସୁବିଧା କରିବା ସହ ବିଦ୍ୟାଳୟକୁ ୫ଟି ଯୋଜନା ରେ ଅର୍ନ୍ତଭୁ୍ତ କରାଇ ଶିକ୍ଷାର ମାନବୃଦ୍ଦି କରାଯାଇଛି ଏହିପରି ବହୁ ଜନହିତକର କାର୍ଯ୍ୟ ଓ ଯୋଜନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର,ଜିଲ୍ଲାପରିଷଦ ଅଧକ୍ଷା ନନ୍ଦୀନୀ ମଳିକ,ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ପୁର୍ବତନ ବିଧାୟକ ବାଲିଗୁଡା ରାଜୀବ ପାତ୍ର,ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ,ରାଜ୍ୟକାର୍ଯ୍ୟକାରୀଣି ସଦସ୍ୟ କୃର୍ଷ୍ଣ ମୋହନ ପାଣିଗ୍ରାହୀ,ପୁର୍ବତନ ଏନଏସି ଅଧକ୍ଷ ତଥା ଏନଏସି ସାଂସଦ ପ୍ରତିନିଧୀ ଲୋକନାଥ ପାଢୀ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧା.ଉପାଦକ୍ଷା ଶାନ୍ତି କୁମାରୀ ନାୟକ,ବ୍ଲକଅଧକ୍ଷା ମିଶାବତୀ ମଳିକ,ପ୍ରଦୀପ କୁମାର ନାୟକ(ଚିଣ୍ଟୁ) ,କୋଟଗଡ ବ୍ଲକ ସଭାପତି ଷ୍ଟିଫେନ ପ୍ରଧାନ,ସାଂସଦ ପ୍ରତିନିଧି ମନୋଜ କୁମାର ସାବତ,କ.ନୁଆଗାଁ ବ୍ଲକ ସଭାପତି ବାସୁଦେବ ପଣ୍ଡା,ସାଂସଦ ପ୍ରତିନିଧି ଶେଷଦେବ ପାତ୍ର,ବ୍ଲକ ଅଧକ୍ଷା ସୁଲୋଚନା ଦଳବେହେରା ପ୍ରମୁଖ ମଂଚାସୀନ ଥିବା ବେଳେ ନିର୍ବାଚନ ମଣ୍ଡଳୀର ହଜାରହଜାର ଲୋକଙ୍କ ଜନସମାଗମ ହୋଇଥିଲା ।


