ନିର୍ବାଚନ ଲଢିବେ ମିଜୋରାମର ପୂର୍ବତନ ରାଜ୍ୟପାଳ

ମିଜୋରାମ ରାଜ୍ୟପାଳ ଭାବେ କାର‌୍ୟ୍ୟ କରୁଥିବା କୁମ୍ମାନମ ରାଜଶେଖରନ୍‌ ଆଜି ନିଜ ପଦରୁ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଛନ୍ତି। ସେ ମାତ୍ର ୯ ମାସ ରାଜ୍ୟପାଳ ଭାବେ କାର‌୍ୟ୍ୟ କରିବା ପରେ ଇସ୍ତଫା ଦେଇଛନ୍ତି। ସେ ଲୋକସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ହେବାର ସହ କେରଳରୁ କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ଲଢ଼ିବେ ବୋଲି ମଧ୍ୟ ଜଣାପଡ଼ିଛି। ରାଜଶେଖରନ କହିଛନ୍ତି, “ ଦଳର ନିଷ୍ପତ୍ତି ଅନୁଯାୟୀ ମୁଁ ରାଜ୍ୟପାଳ ପଦବୀ ଛାଡ଼ିଛି। ଦଳ ମୁଁ କେରଳରେ ରୁହେ ବୋଲି ଚାହୁଁଛି। ମୋର ବି ଇଚ୍ଛା କେରଳରେ ରହିବାକୁ। ଖାସ୍‌ ସେଥିପାଇଁ ମୁଁ ଇସ୍ତଫା ଦେଇଛି।”
ରାଜଶେଖରନ୍‌ଙ୍କ ଇସ୍ତଫାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିନେଇଛନ୍ତି।
୨୦୧୫ରେ ରାଜଶେଖରନଙ୍କୁ କେରଳ ବିଜେପି ମୁଖ୍ୟ ଦାୟିତ୍ୱ ମିଳିଥିଲା। ଏହାପରେ ତାଙ୍କୁ ମିଜୋରାମ ରାଜ୍ୟପାଳ କରାଯାଇଥିଲା।
କଂଗ୍ରେସ ନେତା ଶଶି ଥରୁର ଥିରୁଭନନ୍ତପୁରମ ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ରାଜଶେଖରନ୍‌ ୨୦୧୯ରେ ତାଙ୍କ ବିରୋଧରେ ଲଢ଼ିବ ୍ୱ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ