ନିର୍ବାଚନ ଲାଗି ସୁରକ୍ଷା କଡ଼ାକଡ଼ି

କୋଣାର୍କ (ଯୁଗାବ୍ଦ ନ୍ୟୁଜ୍‍): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ କୋଣାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କୋଣାର୍କରେ ଥିବା ସମସ୍ତ ହୋଟେଲ ଓ ଲଜ୍ରେ ପର୍ଯ୍ୟଟକଙ୍କ ବ୍ୟତୀତ ଅନ୍ୟ ଅଞ୍ଚଳର କୌଣସି ଲୋକଙ୍କୁ ଏଠାରେ ରହିବା ନିମନ୍ତେ ଅନୁମତି ନଦେବା ପାଇଁ ପୁଲିସ ତାଗିଦ୍ କରିଛି । ନିର୍ବାଚନ ପୂର୍ବରୁ ଗଣ୍ଡଗୋଳକୁ ଆଖି ଆଗରେ ରଖି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଆଇଆଇସି ସଞ୍ଚୀବ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏଥିସହ ଆସନ୍ତା ସୋମବାର ପର୍ଯ୍ୟନ୍ତ ବିଦେଶୀ ମଦ ଦୋକନକୁ ଅବକାରୀ ବିଭାଗ ପକ୍ଷରୁ ସିଲ୍ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ