ନିର୍ବାଚନ ସକାଶେ ପୋଲିସ ଟିମ୍ ତଲାସି ଜୋରଦାର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ନିର୍ବାଚନ ପାଖେଇ ଆସୁଥିବା ବେଳେ ହିଞ୍ଜିଳିକାଟୁ ସହର ଏବଂ ଏହାର ଉପକଣ୍ଠର ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ଜାରୀ ରହିଛି । ହିଞ୍ଜିଳି ପୋଲିସ ପକ୍ଷରୁ ଗତ କିଛି ଦିନ ଧରି ଦିନରାତି ତଲାସି କରାଯାଉଛି । ରାସ୍ତାରେ ଯାତାୟତ କରୁଥିବା ଛୋଟମୋଟ ଗାଡ଼ି ମୋଟର ଅଟକାଇ ଯାଂଚ କରାଯାଇଉଛି ।ି । ଗତ କିଛି ଦିନଧରି ହିଞ୍ଜିଳି ଥାନା ଅଂଚଳର ପୋଚିଲିମା ଛକ, ସାରୁ ଛକ, ସୋମପୁର ଛକ, ହିଞ୍ଜିଳି ଛକ, ଶ୍ୟାମଳାଇ ଛକ ପ୍ରଭୃତି ସ୍ଥାନ ଗୁଡ଼ିକରେ ବ୍ୟାପକ ତଲାସି ଅଭିଯାନ ଚାଲୁ ରହିଛି । ପୁଲିସ ପକ୍ଷରୁ ରାସ୍ତାରେ ଯାଉଥିବା କାର୍, ବାଇକ୍ ଗୁଡ଼ିକୁ ଅଟକାଇ ବାହାର ଓ ଭିତର ଯାଂଚ କରାଯାଉଥିବାର ଦେଖିବାକୁ ମିଳିଛି । ନିର୍ବାଚନ ସମୟରେ ପ୍ରଚୁର ଟଙ୍କା କାରବାର ହେଉଥିବା ସୂଚନା ରହିଥିବାରୁ ପୁଲିସ ଯାଂଚ କଡ଼ାକଡ଼ି ଭାବେ କରୁଥିବାର ଦେଖିବାକୁ ମିଳୁଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଏସ. ଆଇ. ବିଶ୍ୱଜିତ ନାୟକ, ମମତା ସାମନ୍ତ, ପ୍ରଦୀପ୍ତ କୁମାର ଦାଶ, ଏ.ଏସ.ଆଇ. ରାଜନ ବିଷୋୟୀ, ରାଘବ ସୁନ୍ଦର ଗୌଡ଼, ବିଦେଶୀ ସେଠି, ଶରତ ମହାପାତ୍ର, ହାବିଲଦାର ସୁବାଷ ଚନ୍ଦ୍ର ଅଧିକାରୀ, ରାଜିବ ପାଢି, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ସୁବଳ ପ୍ରଧାନ, ନରେଶ ଗୌଡ଼ଙ୍କ ସମେତ ପୋଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।


