ନିର୍ବାଚନ ସମ୍ବନ୍ଧୀୟ ଜିଲ୍ଲାପାଳଙ୍କ ପ୍ରେସମିଟ୍
ଛତ୍ରପୁର(ଯୁଗାବ୍ଦ ନ୍ୟୁଜ ) : ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲ।। ଏଥିରେ ଜିଲ୍ଲପାଳ ବର୍ତମାନ ପର୍ଯ୍ୟନ୍ତ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ତୃତୀୟ ସ୍ତର ପୁଲିଂ ଅଫିସରଙ୍କ ଟ୍ରେନିଂ ବର୍ତମାନ ଚାଲିଛି ଆଜି ଠାରୁ ପ୍ରତ୍ୟେକ ବୁଥ୍ ର ସଫେଇ କାର୍ଯ୍ୟ କରାଯାଉଛି । ଦୁଇଦିନ ପୂର୍ବରୁ ଏହି ବୁଥ୍ ଗୁଡିକୁ ପୁଲିଂ ପାର୍ଟି ଯିବେ । ଯେଉଁ ସବୁ ବୁଥ୍ ରେ ବିଦ୍ୟୁତ୍ ସଂଯୋଗ ନାହିଁ ସେଠାରେ ଅସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି । ଜିଲ୍ଲାର୩୦୬୩ ବୁଥ୍ ନିମନ୍ତେ ୨୩୨୪ ଲୋକେସନରେ ହ୍ୱୁଇଲ୍ ଚ୍ୟାୟର ବ୍ୟବସ୍ଥା କରାଯାଇଛି । ପୁଲିଂ ପାର୍ଟି ମାନଙ୍କୁ ବ୍ରହ୍ମପୁର ଓ ଛତ୍ରପୁର ଠାରୁ ନିଜର ପୁଲିଂ ମେଟ୍ରିଏଲ ସଂଗ୍ରହ କରି ନିଜ ନିଜ ବୁଥ୍ କୁ ଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁର ଠାରେ ବିଏମସି କମିଶନର ନୋଡାଲ ଅଫିସର ଏବଂ ଛତ୍ରପୁର ଠାରେ ଏଡିଏମ୍ ଜେନେରାଲ ନୋଡାଲ ଅଫିସର ଅଛନ୍ତି । ଏହି ଦୁଇଟି ବିତରଣ କେନ୍ଦ୍ରରେ ପଲିଥିନ୍ ବ୍ୟବହାର ନିମନ୍ତେ ବାରଣ କରାଯାଇଛି । ପୁଲିଂ ଅଫିସର ମାନଙ୍କୁ ବସ୍ , ବୋଲର, ଟାଟା ଏସି , ଟାଟାମ୍ୟାଜିକ୍ ରେ ସେମାନଙ୍କ ବୁଥ୍ କୁ ଯିବେ । ଏହି ସବୁ ବୁଥ୍ ରେ ପୁଲିସ ନିଯୁକ୍ତି ଉପରେ ପ୍ଲାନିଂ ଚାଲିଛି ବୋଲି ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ ।


