ନିର୍ବାଚିତ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା

ନିରାକାରପୁର (ଜୁଗାବ୍ଦ ନ୍ୟୁଜ୍‍): ଜଙ୍କିଆ ପଞ୍ଚାୟତ ଆନୁକୂଲ୍ୟରେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରଥମେ ଏକ ବିରାଟ ପଟୁଆରରେ ଜଙ୍କିଆ ବଜାର ପରିକ୍ରମା କରିବାପରେ ବଜାର ନିକଟସ୍ଥ ବଘେଇ କଲ୍ୟାଣ ମଣ୍ଡପଠାରେ ଏକ ସଭାକାର୍ଯ୍ୟ ସମାଜସେବୀ ଅକ୍ଷୟ ଉଦୟସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଜଙ୍କିଆ ପଞ୍ଚାୟତର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରାଯିବା ସହ ବିଭିନ୍ନ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତୁରନ୍ତ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ । ଜଙ୍କିଆ ପଞ୍ଚାୟତକୁ ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିବା ପାଇଁ କର୍ମୀମାନେ ଦାବି ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ଦଳେଇ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ରୁଦ୍ରଭାନୁ ନରେନ୍ଦ୍ର ସିଂହ, ୯ନଂ ଜୋନ୍ର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ସୁକାନ୍ତ ମଙ୍ଗରାଜ, ଜଙ୍କିଆର ପୂର୍ବତନ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ନରେନ୍ଦ୍ର, କୁଞ୍ଜବିହାରି ଉଦୟସିଂହ, ଦୁଃଶାସନ ପାତାଳାସିଂହ, ବୈକୁଣ୍ଠ ନାଥ ମଲ୍ଲ, ଗିରିଶି ରାଉତରାୟ, ସୁଶାନ୍ତ କୁମାର ରାଉତରାୟ, ରବିନ୍ଦ୍ର ରାଉତରାୟ ତଥା ପଞ୍ଚାୟତର ବହୁ ଛାମୁଆ କର୍ମୀ ଉପସ୍ଥିତ ରହି ବିଧାୟକ ଶ୍ରୀ ମିତ୍ରଙ୍କୁ ପୁଷ୍ପଗୁଚ୍ଛ, ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ