ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଆଜି ଆସିପରେ ନିର୍ଣ୍ଣାୟକ ରାୟ
ନୂଆଦିଲ୍ଲୀ- ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ମଙ୍ଗଳବାର ଆସିପାରେ ଦୋଷୀଙ୍କ ବିରୋଧରେ ଡେଥ ଓ୍ଵରେଣ୍ଟ । ଆଜି ଦିଲ୍ଲୀ ପଟିୟାଲା ହାଉସ କୋର୍ଟ ନିର୍ଭୟାଙ୍କ ମା’ଙ୍କ ଆବେଦନ ଉପରେ ଶୁଣାଣି କରିବେ । ପୂର୍ବରୁ ପଟିୟାଲା ହାଉସ କୋର୍ଟ ଦୋଷୀଙ୍କ ଆଇନ ପକ୍ରିୟା ଶେଷ କରିବାକୁ ଜାନୁଆରୀ ସାତ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ସେହିପରି ତିହାର ଜେଲରେ ଥିବା ୪ ଦୋଷୀଙ୍କୁ ନୋଟିସ ଜାରି କରାଯାଇ ସେମାନେ ରାଜକ୍ଷମା ଆବେଦନ କରିବେ କି ନାହିଁ ପଚରା ଯାଇଥିଲା । ସୂଚନାଥାଉକି ୨୦୧୨ ଡିସେମ୍ବର ୧୬ରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ଏହି ଲୋମହର୍ଷକ ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା । ଚଳନ୍ତା ବସ୍ରେ ରାକ୍ଷାସ ପାଲଟି ଯାଇଥିଲେ ୬ଜଣ ନର ରାକ୍ଷାସ । ୨୩ ବର୍ଷିୟା ପାରମେଡିକାଲ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ସହ ଶାରୀରିକ ନିଯ୍ୟାତନା ଦେଇଥିଲେ ।


