ନିର୍ଭୟା ଗଣଦୁଷ୍କର୍ମ ମାମଲା : ମାର୍ଚ୍ଚ ୨୦ରେ ଫାଶୀ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ତାରିଖ ଘୋଷଣା କରାଯାଇଛି । ଆସନ୍ତା ମାର୍ଚ୍ଚ ୨୦ ତାରିଖ ଭୋର ୫.୩୦ ମିନିଟ୍‌ ସମୟରେ ଚାରି ଦୋଷୀଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ପଟିଆଲା ହାଉସ୍‌ କୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପଓ୍ବନ୍‌ ବର୍ମାର ରାଜକ୍ଷମା ଯାଚିକା ଖାରଜ ହେବା ପରେ ତିହାର କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ଫାଶୀ ତାରିଖର ଆବେଦନ କରାଯାଇଥିଲା । ଏହି ଆବେଦନ ଉପରେ ବିଚାର କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ