ନିର୍ଭୟା ଦୋଷୀ ଫାଶୀ ପାଇଁ ରାସ୍ତା ସଫା, କ୍ୟୁରେଟିଭ୍‌ ପିଟିସିନ୍‌ ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ଫାଶୀ ପାଇବା ସୁନିଶ୍ଚିତ ହୋଇଯାଇଛି। ବହୁଚର୍ଚ୍ଚିତ ଦିଲ୍ଲୀର ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆବେଦନ କରାଯାଇଥିବା କ୍ୟୁରେଟିଭ୍‌ ପିଟିସିନକୁ ଖାରଜ କରିଛନ୍ତି ସୁପ୍ରିମ୍‌କୋର୍ଟ । ନିର୍ଭୟା ମାମଲାର ଦୁଇ ଦୋଷୀ ବିନୟ ଓ ମୁକେଶଙ୍କ କ୍ୟୁରେଟିଭ୍‌ ଆବେଦନକୁ ଜଷ୍ଟିସ୍‌ ଏନ୍‌ଭି ରମ୍‌ନା, ଜଷ୍ଟିସ୍‌ ଅରୁଣ ମିଶ୍ରା, ଆର୍‌ ଏଫ୍‌ ନରିମାନ୍‌, ଆର୍‌ ଭାନୁମତୀ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ମଙ୍ଗଳବାର ଆବେଦନକୁ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ୪ ଜଣଙ୍କୁ ଆସନ୍ତା ୨୨ ତାରିଖ ସକାଳ ‌୭ଟାରେ ତିହାର ଜେଲରେ ଫାଶୀ ଦିଆଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ