ନିର୍ଭୟା ଦୋଷୀଙ୍କୁ ସପ୍ତାହେ ମହଲତ
ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଦିଲ୍ଲୀ ହାଇକୋର୍ଟ ଆଉ ମାତ୍ର ସପ୍ତାହେ ମହଲତ ଦେଇଛନ୍ତି । ଏହି ୭ ଦିନ ଭିତରେ ସମସ୍ତ ଆଇନଗତ ପ୍ରକ୍ରିୟା ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦୋଷୀଙ୍କୁ ପୃଥକ୍ ଭାବେ ଫାଶୀ ଦିଆଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । କେନ୍ଦ୍ର ସରକାରଙ୍କ ତତ୍କାଳ ଫାଶୀ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି । କେନ୍ଦ୍ର ସରକାର ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି । ପ୍ରକାଶ ଯେ, ଡେଥ ୱାରେଣ୍ଟ ସ୍ଥଗିତ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ତଳକୋର୍ଟଙ୍କ ସ୍ଥଗିତାଦେଶକୁ ଉଭୟ ପକ୍ଷ ଚ୍ୟାଲେଞ୍ଜ କରିଥିଲେ । ସ୍ଥଗିତାଦେଶ ଉଠାଇ ଦୋଷୀଙ୍କୁ ତତ୍କାଳ ଫାଶି ପାଇଁ ଆବେଦନ ହୋଇଥିଲା ।


