ନିର୍ଭୟା ମାମଲା : ଟଳିଲା ଫାଶୀ

ନୂଆଦିଲ୍ଲୀ : ପୁଣି ନିର୍ଭୟା ମାମଲାରେ ଦୋଷୀମାନଙ୍କୁ ଫାଶୀ ଦେବାରେ ବିଳମ୍ବ ଦେଖାଯାଇଛି। ଫେବ୍ରୁଆରି ୧ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଲାଗି ଡେଥ୍‌ ଓ୍ବାରେଣ୍ଟ୍‌ ଜାରି ହୋଇଥିଲା। ମାତ୍ର କୋର୍ଟ ଏହା ଉପରେ ରୋକ୍‌ ଲଗାଇଛନ୍ତି । ମାମଲାର ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଫାଶୀ ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଫାଶୀ ନହେବା ସମ୍ଭାବନା ସ୍ପଷ୍ଟ ହୋଇଛି । ଦୁଇ ଅଭିଯୁକ୍ତଙ୍କ ରାଜକ୍ଷମା ଆବେଦନ ବାକି ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରାଜକ୍ଷମା ପାଇଁ ଆବେଦନ କରିଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ