ନିର୍ଭୟା ମାମଲା : ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦିଲ୍ଲୀର ପଟିଆଲା କୋର୍ଟ ଚାରି ଅଭିଯୁକ୍ତଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍‌ ଓ୍ବାରେଣ୍ଟ ଜାରି କରିଥିଲେ । କିନ୍ତୁ ବିନୟ ଦୟା ଯାଚିକା ଆବେଦନ କରିଥିବାରୁ ଫାଶୀ ଦଣ୍ଡାଦେଶକୁ ଘୁଞ୍ଚାଯାଇଛି । ଅପରପକ୍ଷେ ଶନିବାର ଏହି ମାମଲାର ଅନ୍ୟତମ ଦୋଷୀ ମୁକେଶ ଅକ୍ଷୟ ଠାକୁର୍‌ ମଧ୍ୟ ରାଜକ୍ଷମା ଆବେଦନ କରିଛନ୍ତି । ଗତ ସାତ ବର୍ଷ ଧରି ନ୍ୟାୟ ପାଇବା ପାଇଁ ପୀଡ଼ିତାଙ୍କ ପରିବାର ଲଢେଇ କରୁଥିବାବେଳେ ଦୋଷୀମାନେ ସବୁବେଳେ କିଛି ନା କିଛି ଚାଲ ପକାଇ ଫାଶୀ ତାରିଖକୁ ଘୁଞ୍ଚାଇ ଚାଲିଛନ୍ତି । ତେବେ ନିର୍ଭୟା ଦୋଷୀଙ୍କୁ କେବେ ଦଣ୍ଡ ମିଳିବ, ତାହା ଏବେ ଚର୍ଚ୍ଚାର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ