ନିର୍ଭୟା ମାମଲା : ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଯାଚିକା ଉପରେ ରବିବାର ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି। ଅଦାଲତ ସରକାର ଓ ଦୋଷୀଙ୍କ ପକ୍ଷକୁ ଶୁଣିବା ପରେ ଚାରି ଦୋଷୀଙ୍କ ଫାଶି ରହିତାଦେଶ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ନିର୍ଭୟା ଦୋଷୀଙ୍କ ଫାଶି ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ କେନ୍ଦ୍ର ସରକାର। ତିହାର ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ରହିତାଦେଶକୁ ଚ୍ୟାଲେଞ୍ଜ କରିଥିଲେ। ସୂଚନାଯୋଗ୍ୟ, ପଟିଆଲା ହାଉସ କୋର୍ଟ ଫାଶି ଉପରେ ରହିତାଦେଶ ଜାରି କରିଥିଲେ। ସୂଚନାଯୋଗ୍ୟ, ନିର୍ଭୟା ଦୋଷୀଙ୍କୁ ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବା ନେଇ ଡେଥ୍‌ ଓ୍ବାରେଣ୍ଟି ଜାରି ହୋଇଥିବାବେଳେ ଦୋଷୀମାନେ ଦୟାଯାଚିକା, କ୍ୟୁରେଟିଭ୍‌ ପିଟିସନ ଦାୟର କରି ଏହାକୁ ଗଡେଇ ଚାଲିଛନ୍ତି। ସମାଜର ହିତ ସହ ନ୍ୟାୟ ବ୍ୟବସ୍ଥାର ହିତ ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀକୁ ଆଉ ବିଳମ୍ବ କରାଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ତୁଷାର ମେହେଟ୍ଟା। ସେହିପରି ଯେଉଁ ଦୋଷୀଙ୍କ ପାଖରେ ଆଉ କୌଣସି ପ୍ରକାରର ଆଇନଗତ ବିକଳ୍ପ ନାହିଁ ସେମାନଙ୍କୁ ଫାଶୀ ଦିଆଯାଇପାରିବ ବୋଲି କହିଛନ୍ତି । ତେବେ ଦୋଷୀମାନଙ୍କ ଓକିଲ ହାଇକୋର୍ଟରେ ତର୍କ କରିବା ସହିତ ଦୋଷୀଙ୍କୁ ବଞ୍ଚାଇବା ପାଇଁ ବିକଳ୍ପଗୁଡିକ ବିନିଯୋଗ କରିବାରେ ବ୍ୟସ୍ତ ରହିଛନ୍ତି । ଦୟାଯାଚିକା ଉପରେ କୌଣସି ସମୟସୀମା ଥିବାର ଆଇନ ବହିରେ ନଥିବାବେଳେ ସରକାର ଏଥିନେଇ ଆପତ୍ତି କ’ଣ ପାଇଁ କରୁଛନ୍ତି ବୋଲି ଦୋଷୀଙ୍କ ଓକିଲ ଦାବି କରୁଛନ୍ତି । ତେବେ ନିର୍ଭୟା ମାମଲାର ଦୋଷୀମାନେ ଆଇନର ଗଳାବାଟ ଦେଇ ବଞ୍ଚିବାକୁ ଚେଷ୍ଟା ଜାରି ରଖୁଥିବାବେଳେ ପୀଡ଼ିତାଙ୍କ ପରିବାର ନ୍ୟାୟ ନ ପାଇ ଚାପରେ ରହୁଛନ୍ତି । ଯଥାସମ୍ଭବ ଏହି ମାମଲା ସମାଧାନ ହେବା ଆବଶ୍ୟକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ