‘ନିର୍ମାଣ’କୁ ମିଳିଲା ୨୦୧୯ ଗ୍ରାସ୍ରୁଟ୍ସ ଜଷ୍ଟିସ ଆୱାର୍ଡ଼

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟର ଏକ ଅଗ୍ରଣୀ ସାମାଜିକ ସଂଗଠନ ‘ନିର୍ମାଣ’କୁ ୨୦୧୯ ବର୍ଷର ଗ୍ରାସ୍ ରୁଟ୍ସ ଜଷ୍ଟିସ୍ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି । ଗ୍ଲୋବାଲ ଲିଗାଲ୍ ଏମ୍ପାୱାରମେଣ୍ଟ୍ ନେଟୱାର୍କ ‘ନମତି’ ପକ୍ଷରୁ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ମହାନ୍ତିଙ୍କୁ ନ୍ୟୁୟର୍କ ଠାରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଜନଜାତିଙ୍କ ମଧ୍ୟରେ ଜଙ୍ଗଲ ଅଧିକାର ଆଇନ୍କୁ ନେଇ ସଚେତନତା କରିବା ଓ ଉଲ୍ଲେଖନୀୟ ରୂପାୟନ କରିବା ପାଇଁ ନିର୍ମାଣ ଏଭଳି ସମ୍ମାନର ହକ୍ଦାର ହୋଇଥିବା ନମତି ପକ୍ଷରୁ କୁହାଯାଇଛି । ୨୦୦ରୁ ଉଦ୍ଧ୍ୱର୍ ସାମାଜିକ ସଂଗଠନର କ୍ଷେତ୍ରୀୟ ରୂପାୟନ ବିବରଣୀକୁ ୧୨ଟି ଦେଶର ଏକ ବି·ରକ ମଣ୍ଡଳୀ ଅନୁଧ୍ୟାନ କରି ଏଭଳି ଶ୍ରେୟ ନିର୍ମାଣକୁ ଦେଇଥିଲେ ବୋଲି ନିର୍ମାଣର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଶାନ୍ତ ମହାନ୍ତି କହିଛନ୍ତି । ପୁରସ୍କାର ବାବଦକୁ ନିର୍ମାଣକୁ ୧୦,୦୦୦ ଆମେରିକୀୟ ଡ଼ଲାରର ଅର୍ଥରାଶି ମିଳିଥିବା ମହାନ୍ତି କହିଛନ୍ତି । ଏହି ଅବସରରେ ଜଳବାୟୁ ନ୍ୟାୟ ସମ୍ପର୍କିତ ଫୋରମର ଗ୍ଲୋବାଲ ଲିଡ଼ର ତଥା ଆର‌୍ୟଲ୍ୟାଣ୍ଡର ପୂର୍ବତନ ରାଷ୍ଟ୍ରପତି ମେରି ରବିନସନ୍, ଆର୍ଜେଣ୍ଟିନାର ମାନବିକ ଅଧିକାର ଓ ସାମାଜିକ ନ୍ୟାୟ ମନ୍ତ୍ରଣାଳୟର ଅଧ୍ୟକ୍ଷ କାର୍ମୋନ୍ କାର୍ଲୋସ, ନେଦରଲାଣ୍ଡରେ ଅବସ୍ଥାପିତ
ଜାତିସଂଘ ଆମ୍ବାସାଡ଼ର ପ୍ରିସ୍ଲିଆ, ସୱାରତଜ ପ୍ରମୁଖ ଉପସ୍ଥିତ ରହି ନିର୍ମାଣକୁ ସମ୍ବର୍ଦ୍ଧିତ ଓ ଉତ୍ସାହିତ କରାଇଥିଲେ । ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସିନ୍ଦାଙ୍କ ଆଇନ୍ଗତ ସଶକ୍ତିକରଣ ଓ ଅବଦାନ ନିର୍ମାଣକୁ ଏଭଳି ସ୍ୱୀକୃତି ଆଣିଦେଇଛି । ଆଗକୁ ଅନୁରୂପ କାର୍ଯ୍ୟକ୍ରମ ଜାରି ରଖିବା ଦିଗରେ ଏହି ସମ୍ମାନ ପ୍ରେରଣାଦାୟୀ ହୋଇପାରିବ ବୋଲି ଶ୍ରୀ ମହାନ୍ତି ସୂ·ଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ