ନିର୍ମାଣଧିନ କୋଠାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଇଲେକ୍ଟ୍ରିସାହି ରେ ଏକ ନିର୍ମାଧିନ କୋଠାରୁ ଜଣେ ବୃଦ୍ଧଙ୍କ ମୃତଦେହ ଦେଖିବାକୁ ମିଳିଛି । ଆଜି ଅପରାହ୍ନରେ ସାହିର କିଛି ଲୋକ ନିମାର୍ମଣଧିନ ଘର ଭିତରେ ଜଣେ ଲୋକ ଶୋଇଥିବା ଅବସ୍ଥାରେ ଦେଖିଥିଲେ । କିଏ ସେଠି ଶୋଇଛି ତାହା ଦେଖିବାକୁ ପାଖରେ ଯାଇ ଦେଖିବା ବେଳେ ବୁଢାଲୋକଟି ମରିକି ପଡିଛି । ଏହି ଖବର ଧିରେଧିରେ ପ୍ରଶାରିତ ହେବା ପରେ ମୃତକଋ୍ ପରିବାର ଲୋକେ ଘଟଣାସ୍ଥଳକୁ ଆସିଥିଲେ ଓ ଶବକୁ ଚିହ୍ନିଥିଲେ । ମୃତକଙ୍କ ଘର ସିନ୍ଦ୍ରିଗାଁ ପଂଚାୟତର ତିଲାପାଙ୍ଗା ଗ୍ରାମର କେକେଡା ଦିଗାଳ(୬୫) । ପରିବାର ଲୋକେ କହିବା ପ୍ରକାରେ ଗତ ଶନିବାର ଦିନ ବାଲିଗୁଡାକୁ ସଉଦା କିଣିବାକୁ କେକେଡା ଦିଗାଳ ଆସିଥିଲେ । ତାପରଠାରୁ ସେ ଆଉ ଘରକୁ ଫେରିନଥିଲେ । ଶନିବାର ଦିନ ମୃତକଙ୍କ ଝିଅ ଦାନୁ ଦିଗାଳ ବାଲିଗୁଡା ଥାନାରେ ବାପା ହଜିଯାଇଥିବା ଲିଖିତ ଅଭିଯେ୍ାଗ ଦେଇଥିଲେ ।ଲିଖିତ ଅଭିଯୋଗ କୁ ଭିତିକରି କେଶ ନମ୍ବର ପୋଲିସ ୨୫/୨୦୨୦ରେ ମାମଲାରୁଜୁ କରିଥିଲେ ଓ ଏହି ଲୋକକୁ ଖୋଜୁଥିଲେ । ପୋଲିସ ମୃତ ଖବର ପାଇ ଘଟନାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।