ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ : ଶଶୁର ଗୁରୁତର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅନ୍ତର୍ଗତ ସୁଲାଇପାଟ ଫାଣ୍ଡି ଅଂଚଳୟ କୁସୁମି ବ୍ଳକର ଜୟପୁର ପଞ୍ଚାୟତର ‌ କୁଲଢିହା ଗ୍ରାମରେ ଏକ ନିର୍ମାଣାଧୀନ ଘରର ତାଜା ଭୁଷୁଡି ଯିବା ଫଳରେ ପୁତ୍ରବଧୂର ମୃତ୍ୟୁ ସୋଇଥିବାବେଳେ ରେ ଶଶୁର ଗୁରୁତର ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କୁଲଡ଼ିହା ଗ୍ରାମର ଘରର ମୁରବି ମାନସିଂ ମାରାଣ୍ଡିଙ୍କ ଘରନିର୍ମାଣ ଚାଲିଛି । ପ୍ରବଳ ଖରା ତାତି ପାଇଁ ସକାଳୁ ସକାଳୁ ପରିବାର ଲୋକେ ଘର ନିର୍ମାଣ କାମରେ ଲାଗିପଡିଥିଲେ । ଆଜି ସକାଳ ୬ ଟା ସମୟରେ ଘରର ବୋହୂ ଛବିରାଣୀ ମାରାଣ୍ଡି (୨୧), ସ୍ବାମୀ ରାମଚନ୍ଦ୍ର ମାରାଣ୍ଡି ଘରୁ କାମ କରିବା ପାଇଁ ଘର ବାହାରକୁ ଯିବା ସମୟରେ ହଠାତ୍ ଘରର ତାଜାଟି ଭୁଷୁଡି ପଡି ଛବିର ମୁଣ୍ଡ ଉପରେ ପଡ଼ିବା ସହ ଶଶୁରଙ୍କ ଗୋଡ଼ରେ ପଡ଼ି ଯାଇଥିଲା ।ଘର ଓ ପଡ଼ୋଶୀ ଲୋକ ସେମାନଙ୍କୁ ଉଦ୍ଧାର କରି ବେସରକାରୀ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଶଶୁର ମାନସିଂହ ମାରାଣ୍ଡି ଙ୍କ ଗୋଡ଼ ଭାଙ୍ଗି ଯାଇଛି ।ଖବରପାଇ ସୁଲାଇପାଟ ଫାଣ୍ଡି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସେ ଚନାଯୋଗ୍ୟ ଗତ ୩ ମାସ ପୂର୍ବେ ରାମଚନ୍ଦ୍ର ମାରାଣ୍ଡିଙ୍କ ସହ ଛବିରାଣୀଙ୍କର ବିବାହ ହୋଇଥିଲା । ପତ୍ନୀକୁ ହରାଇ ରାମଚନ୍ଦ୍ର, ଶାଶୁ ପାର୍ବତୀ ରାଇରଙ୍ଗପୁର ଡାକ୍ତରଖାନାରେ କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସକ୍ରିୟ ନେତା ସନାତନ ମୁଣ୍ଡା, ଭାଗବତ ମାଝୀ, ସେକ ଅବଦୁଲ ମାନାନ, ସେକ ଖରିଫ ଆଲାମ ପ୍ରମୁଖ ଖବର ପାଇ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ ପ୍ରଶାସନ ତୁରନ୍ତ ରେଡକ୍ରସ ପାଣ୍ଠିରୁ ସାହାଯ୍ୟ ଦେବା ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ