ନିର୍ମାଣଧୀନ ନଦୀବନ୍ଧ ର ଅନୁଧ୍ୟାନ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ ପ୍ରାୟ ୨୫କୋଟିରୁ ଉର୍ଦ୍ଧ୍ଵ ଟଙ୍କା ବିନିଯୋଗରେ ନିର୍ମାଣଧୀନ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଦେବୀ ନଦୀ ଦକ୍ଷିଣ ପାର୍ଶ୍ଵ ଝାଡଲିଂ- ବେଳଙ୍ଗ ନଦୀବନ୍ଧ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ଭାବ୍ୟ ସୁନାମି, ବନ୍ୟା ଓ ଉଚ୍ଚ ଲୁଣା ଜୁଆର ପ୍ରଭାବରୁ ଅସ୍ତରଙ୍ଗ ଉପକୂଳ କୁ ସୁରକ୍ଷା ଦେବା ପାଇଁ ନିର୍ମାଣଧୀନ ଏହି ଲୁଣା ବନ୍ଧର ପ୍ରାୟ ୯୫ ପ୍ରତିଶତ କାର୍ଯ୍ୟ ସମ୍ପୂର୍ଣ ହୋଇଥିବାବେଳେ ଆଗାମୀ ବର୍ଷାଦିନ ପୁର୍ବରୁ ଅବଶିଷ୍ଟ କାର୍ଯ୍ୟ ଶେଷ କରାଯିବା ପାଇଁ କାକଟପୁର ଜଳ ସମ୍ପଦ ଉପଖଣ୍ଡ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ବନ୍ଧ ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳକୁ ସୁରକ୍ଷା ଦେବା ସହ ଅସ୍ତରଙ୍ଗ ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରିବ। ବନ୍ଧର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶଶି ଭୂଷଣ ମିଶ୍ରଙ୍କ ସହ ଆଲୋଚନା କରି ମନ୍ତ୍ରୀ ଶ୍ରୀ ବେହେରା ଅବଶିଷ୍ଟ କାର୍ଯ୍ୟ ଖୁବ୍ ଶୀଘ୍ର ଆସନ୍ତା ବର୍ଷା ଋତୁ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସହକାରୀ ନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ଷଡଙ୍ଗୀ, ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ