ନିର୍ମାଣର ୩ବର୍ଷ ପରେ ଓଭରହେଡ ଟାଙ୍କିରୁ ଅନବରତ ଗଳୁଛି ପାଣି

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାର ବହୁବିଧି ପଦକ୍ଷେପ ଗ୍ରହଣ କରିଛନ୍ତି । ଗ୍ରୀଷ୍ମଋତୁରେ ବି ଜନସାଧାରଣଙ୍କୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ରାଜ୍ୟର ସମସ୍ତ ସହରାଞ୍ଚଳ ସମେତ ଗ୍ରାମଞ୍ଚଳରେ ଜଳ, ପରିମଳ ଓ ପାନୀୟଜଳ (ଆରଡବ୍ଳ୍ୟୁଏସଏସ) ବିଭାଗ ପକ୍ଷରୁ ପତ୍ୟେକ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ବସୁଧା ଯୋଜନାରେ ଓଭରହେଡ ଟ୍ୟାଙ୍କ୍ ନିର୍ମାଣ କରାଯାଇ ପାନୀୟଜଳ ଯୋଗାଇ ଦିଆଯାଉଛି । ହେଲେ ବାସ୍ତବ କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳର ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ସହ ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ଏହାର ସୁଫଳ ପାଇପାରୁନଥିବା ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ଗ୍ରାମ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମରେ ଦେଖିବାକୁ ମିଳିଛି । ନିର୍ମାଣ କାର୍ଯ୍ୟ ଶେଷ ହେବାର ମାତ୍ର ୩ ବର୍ଷ ପରେ ନିର୍ମାଣ କରାଯାଇଥିବା ଓଭରହେଡ ଟ୍ୟାଙ୍କରୁ ଅନବରତ ପାଣି ଗଳୁଥିବା ଦେଖିବାକୁ ମିଳିଛି ।
ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବସୁଧା ଯୋଜନା ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ୮୨.୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହିଞ୍ଜିଳିକାଟୁ ବ୍ଳକ କଞ୍ଚୁରୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମରେ ୫୦ ହଜାର ଲିଟିର କ୍ଷମତା ବିଶିଷ୍ଟ ଓଭରହେଡ ଟ୍ୟାଙ୍କ ନିର୍ମାଣ କରାଯାଇଥିଲା । ସଂପୃକ୍ତ ଓଭରହେଡ ଟ୍ୟାଙ୍କ୍ ନିର୍ମାଣ କାର୍ଯ୍ୟ ଗତ ୩୦.୦୯.୨୦୨୧ରେ ଶେଷ ହୋଇ ୨୦୨୧ ମସିହା ଶେଷ ସମୟରେ କାର୍ଯ୍ୟକାରୀ କରାଯାଇଥିଲା । ସେହି ଦିନ ଠାରୁ ସଂପୃକ୍ତ ଓଭରହେଡ ଟାଙ୍କିରୁ ଅନବରତ ଭାବେ ପାଣି ବୋହୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗତ ବର୍ଷ ହିଞ୍ଜିଳିକାଟୁ ବ୍ଳକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣ।।ଣୀ କାର୍ଯ୍ୟକ୍ରମରେ ସଂପୃକ୍ତ ଗ୍ରାମବାସୀ ଘଟଣା ସର୍ମ୍ପକରେ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସଂପୃକ୍ତ ଗ୍ରାମରେ ୨ଶହରୁ ଉର୍ଦ୍ଧ୍ୱ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ସକାଶେ ବସୁଧା ଯୋଜନାରେ ନିର୍ମାଣ କରାଯାଇଥିବା ଓଭରହେଡ ଟ୍ୟାଙ୍କ୍ ଉପରେ ନିର୍ଭର କରି ଚଳିଥାନ୍ତି । ସଂପୃକ୍ତ ଓଭରହେଡ ଟାଙ୍କିରୁ ପ୍ରତ୍ୟହ ସକାଳେ ୧ ଘଣ୍ଟା ପାଇଁ ଜଳଯୋଗାଣ କରାଯାଉଥିବା ବେଳେ ସେହି ପାଣି ଗୋଟିଏ ପରିବାର ପାଇଁ ଗୋଟାଏ ଦିନ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ଗ୍ରାମବାସୀ କହିଛନ୍ତି । ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇଥିବାରୁ ଓଭରହେଡ ଟାଙ୍କିକୁ ଉଠାଯାଉଥିବା ପାଣି ଦିନତମାମା ବୋହୁଥିବା ଦେଖିବାକୁ ମିଳିଛି । ନିର୍ମାଣ କାର୍ଯ୍ୟ ସମୟରେ ବିଭାଗୀୟ ଯନ୍ତ୍ରୀ କିମ୍ବା କୌଣସି ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହୁନଥିବାରୁ ଠିକାଦାର ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର କରିଥିବା ନେଇ ଅଭିଯୋଗ ହୋଇଛି । ସଂପୃକ୍ତ ଗ୍ରାମବାସୀ ଆବଶ୍ୟକ ପରିମାଣରେ ପାନୀୟ ଜଳ ପାଇପାରୁନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଘଟଣା ପ୍ରତି ଜିଲ୍ଲାପାଳ ହସ୍ତକ୍ଷେପ କରିବା ସହ ଗ୍ରୀଷ୍ମଋତୁ ପୂର୍ବରୁ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କଣ୍ଟେଇକୋଳି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏ ନେଇ ହିଞ୍ଜିଳିକାଟୁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗୀୟ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାଶଙ୍କୁ ପଚାରିବାରୁ ସେ କୁହନ୍ତି ଗ୍ରାମବାସୀଙ୍କ ଅଭିଯୋଗ ପରେ ସେ ଘଟଣାସ୍ଥଳକୁ ଯାଇ ଓଭରହେଡ ଟ୍ୟାଙ୍କ ପରିଦର୍ଶନ କରିଥିଲେ । ଓଭରହେଡ ଟ୍ୟାଙ୍କରେ ପାଣିନଥିବାରୁ ପାଣି ବୋହିବା ଜଣାପଡିନଥିଲେ ମଧ୍ୟ ସଂପୃକ୍ତ ଟ୍ୟାଙ୍କର କିଛି ଅଂଶରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଯଦି ଟ୍ୟାଙ୍କରୁ ପାଣି ବୋହୁଥିବା ତାହଲେ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ