ନିର୍ମାଣଶ୍ରମିକଙ୍କ ଲାଗି ୨୦ ଦଫା ଦାବି ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନଙ୍କ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ତରଫରୁ ନିର୍ମାଣ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଓ ୨୦ ଦଫା ଦାବି ନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ଘେରାଉ କରଯାଇଥିଲା । ଏଥିରେ ଆଇଏନ୍‌ଟିୟୁସିର ରାମଚନ୍ଦ୍ର ଖୁଣ୍ଟିଆ, କିଶୋର ଜେନା, ଏଆଇଟିୟୁସିର ବିଜୟ ଜେନା, ରାମଚନ୍ଦ୍ର ପଣ୍ଡା, ଏଚ୍‌ଏମ୍‌ଏସ୍‌ର କୃଷ୍ଣଚନ୍ଦ୍ର ପାତ୍ର, ସଂଯୁକ୍ତା ମହଲ, ସିଆଇଟିୟୁର ଲୋଭକାନ୍ତ ସ୍ୱାଇଁ, ଏଆଇସିସିଟିୟୁର ରାଧାକାନ୍ତ ସେଠି, ମହେନ୍ଦ୍ର ପରିଡ଼ା, ଏଲ୍‌ପିଏଫ୍‌ର ବୀରେନ୍ଦ୍ର ପ୍ରସାଦ ଦାସ, ମନୋରଞ୍ଜନ ମହାରଣା, ଏଆଇୟୁଟିୟୁସିର ଜୟସେନ ମେହେର, ରାଜକିଶୋର ମଲ୍ଲି, ଟିୟୁସିସିର ଲକ୍ଷ୍ମୀଧର ଗିରି ପ୍ରମୁଖ ଯୋଗ ଦେଇଥିଲେ ।ଧାରଣାସ୍ଥଳରେ ପହଞ୍ôଚଲା ପରେ ବିଭିନ୍ନ କେନ୍ଦ୍ରୀୟ ସଂଗଠନର ନେତାମାନେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ସରକାର ନିଜ ନିୟନ୍ତ୍ରଣରେ ରଖୁଛନ୍ତି, ଏହା ବିରୁଦ୍ଧରେ ଆନ୍ଦୋଳନ ଆହୁରି ଆନ୍ଦୋଳନ ଆହୁରି ଶକ୍ତିଶାଳୀ ହେବା ସହ ଅନଲାଇନ ନାମରେ ନିର୍ମାଣ ଶ୍ରମିକମାନଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରିପାରିବେ ନାହିଁ । ପ୍ରଥମେ ମାଷ୍ଟରକ୍ୟାଣ୍ଟିନଛକରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ଏହାପରେ ଏକ ୧୮ ଜଣିଆ ପ୍ରତିନିଧି ଦଳ ଶ୍ରମ କମିଶନରଙ୍କୁ ଭେଟି କେନ୍ଦ୍ର ସରକାର କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନକୁ ଅନ୍ୟାନ୍ୟ ଆଇନ ସହିତ ମିଶ୍ରଣ ଯୋଜନାକୁ ପ୍ରତ୍ୟାହାର କରାଯାଉ । ଏ ଦିଗରେ ମୁଖ୍ୟମନ୍ତ୍ରୀ ହିସାବରେ କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତ୍ତି ବିରୋଧରେ ରାଜ୍ୟ ତରଫରୁ ପ୍ରତିବାଦ କରିବା ପାଇଁ ଆପରଙ୍କୁ ଅନୁରୋଧ କରୁଛୁ, ନିର୍ମାଣ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ବାହାର ଅନଲାଇନରେ କରାଯିବା ସହିତ ଶ୍ରମ କାର୍ଯ୍ୟାଳୟରେ ମଧ୍ୟ କରାଯିବା ପ୍ରକ୍ରିୟାକୁ ଚାଲୁ କରାଯିବ ଏବଂ ଓଟିପି ବ୍ୟବସ୍ଥାକୁ ଉଚ୍ଛେଦ କରଯାଉ, ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଦାଖଲ କରାଯାଇଥିବା ଦରଖାସ୍ତ ଗୁଡ଼ିକୁ ଯାଞ୍ଚ କରି ପଞ୍ଜିକରଣ କରାଯାଉ, ଏନ୍‌ଆଇସି ଓ ବ୍ୟାକ୍ ଲଗ୍ ଏଣ୍ଟ୍ରି ହୋଇଥିବା ସମସ୍ତ ସହାୟତା ତଥା ମୃତ୍ୟୁକାଳୀନ ସହାୟତା, ପ୍ରସୂତୀକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା ଓ ମେଡ଼ିକାଲ ସହାୟତାକୁ ଅବିଳମ୍ବେ ଏନ୍‌ଇଏଫ୍‌ଟି ମାଧ୍ୟମରେ ପ୍ରଦାନ କରାଯାଉ, ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ତୁରନ୍ତ କାର୍ଯ୍ୟକାରୀ କରାଯାଉ ଓ ଘୋଷିତ ସମସ୍ତ ସହାୟତା ପ୍ରଦାନ କରାଯାଉ, ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ମାସିକ ୧୦,୦୦୦ ଟଙ୍କା ପେନସନ ଦିଆଯାଉ, ସର୍ବନିମ୍ନ ମଜୁରୀ ୨୬,୦୦୦ ଟଙ୍କା ମାସିକ ପ୍ରଦାନ କରାଯାଉ, ଶ୍ରମିକ କୋଡ୍ ବାତିଲ୍ କରାଯାଉ, କରୋନା ତଥା ଅନ୍ୟାନ୍ୟ ସମସ୍ୟା ଯୋଗୁଁ ୩ ବର୍ଷରୁ ଉର୍ଦ୍ଧ୍ୱ ବାର୍ଷିକ ଦେୟ ପଇଠ କରିନଥିବା ନିର୍ମାଣ ଶ୍ରମିକ ମାନଙ୍କ ଆବେଦନକୁ ବିଚାର କରି ନବୀକରଣ ଅବଧିର ସମୟସୀମା ୫ ବର୍ଷକୁ ବୃଦ୍ଧି କରାଯାଉ ଓ ସେହି ସମୟ ମଧ୍ୟରେ ମୃତ୍ୟୁବରଣ କରିଥିବା ନିର୍ମାଣ ଶ୍ରମିକମାନଙ୍କର ପୁନଃକ୍ଷମ ଅବଧିକୁ ୫ ବର୍ଷ ଧରାଯାଉ, ସେସ୍ ଆଦାୟକୁ ଦୃଢ ଭାବରେ କାର୍ଯ୍ୟକାରୀ କରାଯାଉ, ନିର୍ମାଣ ଶ୍ରମିକ ଶିକ୍ଷା ସହାୟତା ଆବେଦନ ପ୍ରକ୍ରିୟାକୁ ରାଜ୍ୟ ସ୍କଲାରସିପ୍ ପୋର୍ଟାଲରୁ ବାଦ୍ ଦିଆଯାଉ ଏବଂ ବିଗତ ଚାରିବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ଶିକ୍ଷା ସହାୟତା ଆବେଦନ ଫର୍ମ ଗୁଡ଼ିକୁ ଅବିଳମ୍ବେ ଏନର୍ଜି କରି ସହାୟତା ପ୍ରଦାନ କରାଯାଉ, ସମସ୍ତ ଦୂରାରୋଗ୍ୟ ଓ ଦୁର୍ଘଟଣା ଜନିତ ଚିକିତ୍ସା ଅବିଳମ୍ବେ ପ୍ରଦାନ କରାଯାଉ, ୨୦୧୯ ମସିହା ଠାରୁ ବାଦ୍ ଦିଆଯାଇଥିବା ଘରୋଇ ବୈଷୟିକ ଶିକ୍ଷା ସହାୟତା ପୁନର୍ବାର ଲାଗୁ କରାଯାଉ, ସମସ୍ତ ସଂଶୋଧନ ଯଥା ନାମ, ଠିକଣା, ଜନ୍ମ ତାରିଖ ଆଦି ସଂଶୋଧନର କ୍ଷମତା ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଉ, ସମସ୍ତ ଜିଲ୍ଲାର ଶ୍ରମ କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଯୁଦ୍ଧକାଳୀନ ଭିତ୍ତିରେ ନିଯୁକ୍ତି ଦିଆଯାଉ, ବର୍ତ୍ତମାନ ସୁଦ୍ଧା ବିଭିନ୍ନ କାରଣରୁ ବ୍ୟାଙ୍କରୁ ଫେରି ଆସିଥିବା ସମସ୍ତ ସହାୟତା ରାଶି ଅବିଳମ୍ବେ ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଉ, ସାଇକେଲ, ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ସହାୟତା ପ୍ରଦାନ କରାଯାଉ, ସାଇକେଲ, ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ କ୍ରୟ କରି ଶ୍ରମ କାର୍ଯ୍ୟାଳୟରେ ଦାଖଲ କରିଥିବା ଭାଟ୍ ରସିଦ ବାବଦରେ ସହାୟତା ପ୍ରଦାନ କରାଯାଟ, ବିବାହ ସାର୍ଟିଫିକେଟ ହିତାଧିକାରୀଙ୍କ ବ୍ଲକରୁ ବାହାର କରିବା ପାଇଁ ଅନୁମତି ପ୍ରଦାନ କରାଯାଉ, ଟ୍ରେଡ ୟୁନିୟନ ଜରିଆରେ ପଞ୍ଜିକରଣ ହୋଇଥିବା ହିତାଧିକାରୀ ମାନଙ୍କର ନବୀକରଣ ଟ୍ରେଡ ୟୁନିୟନ ମାଧ୍ୟମରେ କରାଯାଉ, ନିର୍ମାଣ ଶ୍ରମିକ ମାନଙ୍କ ସ୍ୱାର୍ଥକୁ ରକ୍ଷା କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ମାନଙ୍କ ସହିତ ଓବି ଏବଂ ଓସିଡବ୍ଲୁଡବ୍ଲୁ ବୋର୍ଡ଼ବୈଠକ ଅନୁଷ୍ଠିତ ହୋଇ ନିର୍ମାଣ ଶ୍ରମିକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ କରାଯାଉ ଓ କରୋନା ସହାୟତା ବାବଦ ୧୫୦୦ ଟଙ୍କା ଅବିଳମ୍ବେ ପ୍ରଦାନ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କଲା ପରେ ୪୮ ଘଣ୍ଟିଆ ଧାରଣାକୁ ପ୍ରତ୍ୟାହୃତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ