ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀ ଓ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଶାନଶାସନ ପଂଚାୟତରେ ଏକ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ଗ୍ରାମବାସୀ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ପଂଚାୟତ ଅଧିନ ବହାଦୁଲନଗର ମଠ ଛକ ଠାରେ ଏକ ପକ୍କା ଗୃହ ନିର୍ମାଣ ହେଉଥିଲା। ଆମ ଗାଁ ଆମ ବିକାଶ ଯୋଜନାରେ ପକ୍କା ଗୃହ ନିର୍ମାଣ ହେଉଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ଘୋର ବିରୋଧ କରିଛନ୍ତି। ଯେଉଁଠାରେ ଗୃହ ନିର୍ମାଣ ହେଉଛି ଉକ୍ତ ଅଞ୍ଚଳକୁ ଆଠ ଗୋଟି ଆଦିବାସୀ ପରିବାରଙ୍କ ନାମରେ ପଟ୍ଟା ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି। ତେଣୁ ସରକାରୀ ଜାଗା କି ଆଦିବାସୀଙ୍କ ଜାଗାରେ ଗୃହ ନିର୍ମାଣ ହେଉଛି ତାହା ସାଧାରଣ ଲୋକ ଜାଣିପାରୁନାହାନ୍ତି। ଏପଟେ ନିର୍ମାଣ କାର୍ଯ୍ୟ ବାବଦରେ କୌଣସି ସୂଚନା ଫଳକ ନଥିବାରୁ ଗ୍ରାମବାସୀ ମାନେ କାର୍ଯ୍ୟ ବାବଦରେ କିଛି ଜାଣି ପାରୁନଥିବା ଅଭିଯୋଗ କରିଛନ୍ତି। କିଛିଦିନ ପୂର୍ବରୁ ବୋରିଂ ହୋଇ ପିଲର କାର୍ଯ୍ୟ ହୋଇଥିବା ବେଳେ ଆଜି ଗ୍ରେଡ ବିମ ବେଳକୁ ସେଠାରେ ହୋହଲ୍ଲା ହୋଇ କାମ ବନ୍ଦ ହୋଇଥିବା ଜଣାଯାଇଛି। ଏପରିକି ନିର୍ମାଣ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀ ଓ କିଛି ସ୍ଥାନୀୟ ବାସିନ୍ଦାଙ୍କ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏସମ୍ପର୍କରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମତାମତ ନେବାରୁ ଗଣ୍ଡଗୋଳ କାର୍ଯ୍ୟ ବନ୍ଦ ଥିବା ସେ ସ୍ୱୀକାର କରିଥିବାବେଳେ ନିୟମ ଅନୁଯାୟୀ କାମ ଆରମ୍ଭ ହୋଇଥିବା ସେ କହିଥିଲେ। ଘଟଣା ସମ୍ପର୍କରେ ସେ ବିଡ଼ିଓଙ୍କୁ ଅବଗତ କରିବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ