ନିର୍ମାଣ ବେଳେ ଆପଣ କେତେଥର ପରିଦର୍ଶନ କରିଛନ୍ତି :ବିଧାୟକ କାଡ୍ରାକା

ରାୟଗଡା,(ଦୁର୍ଗା ପ୍ରସାଦ ପାଢୀ):ନିର୍ମାଣ ବେଳେ କାର୍ଯ୍ୟସ୍ଥଳେ ବିଧାୟକ ଆପୋଲସ୍ବାମୀ କାଡ୍ରାକା ଓରଫ ସମସ୍ତଙ୍କ ମାମା ରାୟଗଡା ସହର ଓଏମପି ସମ୍ମୁଖରେ ନୂତନ ପାଣି ଟାଙ୍କିରୁ ପାଣି ଝରିବା ଅଭିଯୋଗ ପାଇବା ପରେ ବିଧାୟକ କାଡ୍ରାକା ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳକୁ ଡାକିଛନ୍ତି। ପାଣି କାହିଁକି ଝରିଲା, ନିର୍ମାଣ ବେଳେ ଆପଣ କେତେଥର ଘଟଣା ସ୍ଥଳକୁ ଆସି କାର୍ଯ୍ୟ ତଦାରଖ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଏପରିକି ଏହି ଦିନମାନଙ୍କର ଗସ୍ତ ନିଗମନ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣ ଯେମିତି ବଳୀୟାନ ଅଛନ୍ତି ପାଣି ଟାଙ୍କି କାହିଁକି ସେଭଳି ନହେବ। ଯଦି କୌଣସି କାରଣରୁ ପାଣି ପୁଣି ଝରେ ତେବେ ମୁଁ ସବୁ କିଛି ଭୁଲିଯିବି ଏହି ନିର୍ମାଣ ହୋଇଥିବା ପାଣି ଟାଙ୍କିକୁ ଭାଙ୍ଗି ପୁଣି ଥରେ ନିର୍ମାଣ କରିବା ପାଇଁ ଆପଣ ବାଧ୍ୟ ହେବେ ଆଉ ସେହି ନିର୍ମାଣ ଆପଣଙ୍କ ଦରମା ପଇସାରୁ ନିର୍ମାଣ କରାଯିବ ବୋଲି ବିଧାୟକ କାଡ୍ରାକା ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଶାନଙ୍କୁ ତାଗିଦ୍ କରିଛନ୍ତି । ଅପରପକ୍ଷରେ କୋଟି କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଏଭଳି ଦୂରବସ୍ଥାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ଅଧିକ୍ଷଣ ଯନ୍ତ୍ରୀ କିଶନଙ୍କ ଉପରୁ ଆସ୍ଥା ତୁଟାଇଛନ୍ତି । ଏନେଇ ତାଙ୍କ ଉପରିସ୍ଥ ଅଧିକାରୀ ଆବଶ୍ୟକ ପଡ଼ିଲେ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ସହ ଆଲୋଚନା କରିବି ବୋଲି ଗଣମାଧ୍ୟମକୁ ମତ ଦେଇଛନ୍ତି । ଅପରପକ୍ଷରେ ଗୋଟିଏ ଦିନ ପୂର୍ବରୁ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ରାୟଗଡା ଠାରେ ଅନୁଷ୍ଠିତ ଦିଶା ବୈଠକରେ ବିଧାୟକ କାଡ୍ରାକା ସିଆରପିଏଫ କ୍ଯାମ୍ପ ସମ୍ମୁଖରେ ଯେଉଁ ମେଗା ଜଳଯୋଗାଣ ପ୍ରକଳ୍ପ ପାଣି ଟାଙ୍କି ହୋଇଛି ତାହା ସମ୍ପୂର୍ଣ୍ଣ ନିମ୍ନମାନର କାମ ଆରମ୍ଭ ଠାରୁ ଅଭିଯୋଗ ହେଉଛି କିନ୍ତୁ ଆପଣମାନେ ଚୁପ ରହିଛନ୍ତି। ବର୍ତ୍ତମାନ ପାଣି ଭର୍ତ୍ତି କରିବା ପରେ ଚାଲୁଣି ପରି ପାଣି ପଡୁଛି। ଦୟାକରି ମରାମତି ନକରି ସେ ଟାଙ୍କି ସମ୍ପୂର୍ଣ୍ଣ ନଷ୍ଟ କରି ନୂତନ ଭାବରେ କରନ୍ତୁ। ସେ ଅର୍ଥ ବିଭାଗୀୟ ଅଧିକାରୀଙ୍କ ଠାରୁ ଆଦାୟ ହେବ ବୋଲି ଜିଲ୍ଲାପାଳଙ୍କୁ ଦିଶା ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ। ତେଣୁ ସେ ଆଜି ଘଟଣା ସ୍ଥଳକୁ ଯାଇ ତଦାରଖ କରିଥିଲେ। ତେବେ ଏନେଇ ଯନ୍ତ୍ରୀ କିଶାନ କହିଛନ୍ତି ଆମେ ଏହାର ସମସ୍ତ ବ୍ୟବସ୍ଥା କରିବୁ କୌଣସି ଅସୁବିଧା ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ