ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ବଣ୍ଟନ ଓ ସଚେତନତା ସଭା

ବୁଗୁଡ଼ା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ସ୍ତରୀୟ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ପରିଚୟ ପତ୍ର ବଣ୍ଟନ ଓ ସଚେତନତା ସଭା ନଭେମ୍ବର ୨୯ ତାରିଖ ଦିନ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବ୍ଲକ ସ୍ତରୀୟ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଏବଂ ସମ୍ମାନିତ ଅତିଥିଭାବେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା,ଓ ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗୈପାଇ ଯୋଗଦେଇଥିଲେ। ଶ୍ରମ ବିଭାଗର ଅନୁରାଧା ତ୍ରିପାଠୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବିଧାୟକ ଶ୍ରୀ ସାହୁ ଓ ବିଡ଼ିଓ ଶ୍ରୀ ସାହୁ ଉପସ୍ଥିତ ଶ୍ରମିକ ମାନଙ୍କୁ ସରକାରଙ୍କ ଶ୍ରମ ଆଇନର ବିଭିନ୍ନ ଦିଗ ବିଷୟରେ ଓ ବିଭିନ୍ନ ସୁବିଧା ବିଷୟ ନେଇ ସଚେତନ କରାଇ ଥିଲେ। ଏହି ଅବସରରେ ୫୬ ଜଣ ଅଣସଙ୍ଗଠିତ ପଞ୍ଜିକୃତ ଶ୍ରମିକଙ୍କୁ ଶ୍ରମିକ ପ୍ରମାଣ ପତ୍ର ବିଧାୟକ ଶ୍ରୀ ସାହୁ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ