ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବିରଞ୍ଚିନାରାୟଣ କଲ୍ୟାଣ ମଣ୍ତପ ଠାରେ ଜୁଲାଇ ୨୧ ତାରିଖ ଦିନ ବୁଗୁଡା ଅଞ୍ଚଳର ଚାରି ଶହରୁ ଉର୍ଦ୍ଧ୍ବ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ଶ୍ରମିକ କାର୍ଡ ବଣ୍ଟନ କରିଛନ୍ତି ପୂର୍ବତନ ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ। ଯୋଗ୍ୟ ପଞ୍ଜିକୃତ ହିତାଧିକାରୀ ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକ ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ପକ୍ଷରୁ ସହାୟତା ଯୋଗାଯାଇଥିଲା। ପ୍ରତି ବ୍ଲକରେ ନିର୍ମାଣ ଶ୍ରମିକ ସହାୟତା କେନ୍ଦ୍ର ଖୋଲା ଯିବା ସହ ଜଣେ ବ୍ଲକ ସ୍ତରୀୟ ଅଧିକାରୀ ନିଯୁକ୍ତ କରାଯାଇ ସମସ୍ତ ଶ୍ରମିକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯିବା ନେଇ ବିଧାୟକ ଶ୍ରୀକାନ୍ତ ସାହୁ ସୂଚନା ଦେଇଥିଲେ। ଏହି ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ କାର୍ଯ୍ଯକ୍ରମରେ ବ୍ରହ୍ମପୁର ଡିଏଲଓ ରବୀନ୍ଦ୍ର ନାଥ ତ୍ରିପାଠୀ, ଡିଏଲସି ବାବୁରାମ ପାତ୍ର , ଭଞ୍ଜନଗର ଏଲଓ ସୁରଥ କୁମାର ସ୍ୱାଇଁ ,ବୁଗୁଡା ଏନ୍.ଏ.ସି ଚେୟାରମ୍ଯାନ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଗଞ୍ଜାମ ଜିଲ୍ଲା ବିଜୁ ଶ୍ରମିକ ସାମୁଖ୍ୟ ସାଧାରଣ ସମ୍ପାଦକ ତଥା ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ଭୂୟାଁ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ମଦନ ଗୋପାଳ ଦୋରା, ସାଂସଦ ପ୍ରତିନିଧି କବିରାଜ ଗୌଡ଼ ଓ ସମୀର ଭୁୟାଁ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ