ନିର୍ମାଣ ଶ୍ରମିକ କାର୍ଡ କରିବା ପାଇଁ ଲାଞ୍ଚ
ଶେରଗଡ, (ବିଭୁ ପ୍ରସାଦ ଦାଶ): ଶେରଗଡ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ରୋଚକପୂର୍ଣ୍ଣ ଲାଞ୍ଚ କାରବାର ର ଅଭିଯୋଗ ସରକାର ନିର୍ଦ୍ଦେଶ କରିଛନ୍ତି ଯେ ଯେଉଁ ଜବକାର୍ଡଧାରୀ ଶହେଦିନ ର କାର୍ଯ୍ଯ ସମ୍ପୂର୍ଣ୍ଣ କରିଛନ୍ତି ତାଙ୍କୁ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ନୂତନ ଭାବେ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯିବ ଏଣୁ ସମସ୍ତ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି ଯେ ଜବକାର୍ଡଧାରୀଙ୍କ ସମ୍ପୂର୍ଣ୍ଣ ତଥ୍ଯ ସହ ନୂତନ ନିର୍ମାଣ ଶ୍ରମିକ କାର୍ଡ ପାଇଁ ଆବେଦନ କରିବାକୁ । କିନ୍ତୁ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ପଞ୍ଚାୟତନିର୍ବାହୀ ଅଧିକାରୀ ସରୋଜ ଦାସ ଜଣ ଜଣଙ୍କ ଠାରୁ କାର୍ଡ ପିଛା ପଚାଶ ଟଙ୍କା ଲେଖାଁଏ ଆଦାୟ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଶ୍ରୀ ଦାସଙ୍କୁ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ କିନ୍ତୁ ଗ୍ରାମାରୋଜଗାରସେବକ କହିଥିଲେ ଗୋଷ୍ଠୀଉନ୍ନୟନଅଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ କୋଡିଏ ଟଙ୍କା ଲେଖାଁଏ ଆଦାୟ କରାଯାଇଛି। ପ୍ରଶ୍ନ ଉଠୁଛି ଯଦି ଖୋଦ ରାଜ୍ଯ ମୁଖିଆଙ୍କ ଗଡରେ ଖୁଲମଖୁଲା ବେଆଇନ ଲାଞ୍ଚ କାରବାର ଚାଲିଛି ତାହାହେଲେ ସମ୍ପ୍ରତି ସାରା ରାଜ୍ୟର ଆବସ୍ଥା କଣ ହୋଇଥିବ।ଏଣୁ ଫାଇଲଟି ସଚିବ ଏଥିପ୍ରତି ଦୃଷ୍ଟିପାତ କରିବାକୁ ସର୍ବସାଧାରଣରେ ଦାବି ହେଉଛି l