ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ରାଜ୍ୟରେ ବସବାସ କରୁଥିବା ନିର୍ମାଣ ଶ୍ରମିକ ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ଦିଗରେ ରାଜ୍ୟ ସରକାର ବିଭିନ୍ନ ସମୟରେ ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରି ଆସୁଛନ୍ତି।ଗତ କରୋନା ମହାମାରୀ ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ପ୍ରଶଂସନୀୟ ଉଦ୍ୟମ କରିଥିଲେ।ସମ୍ପ୍ରତି ନିର୍ମାଣ ଶ୍ରମିକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।ଏହି କ୍ରମରେ ହିଞ୍ଜିଳିବ୍ଲକ ଖରିଡା ପଞ୍ଚାୟତରେ ଶୁକ୍ରବାର ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପିଇଓ ସୁଶାନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ସରପଞ୍ଚ ରଘୁନାଥ ବେହେରା ଅତିଥି ଭାବେ ଯୋଗ ଦେଇ ନିର୍ମାଣ ଶ୍ରମିକ ଙ୍କ ଉନ୍ନତି ଦିଗରେ ରାଜ୍ୟ ସରକାରଙ୍କ ଜନ ହିତକର ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।ପରେ ୧୬୪ ଜଣ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନାମ ବେହେରା ଙ୍କ ସମେତ ହିତାଧିକାରୀମାନେ ଉପସ୍ଥିତ ଥିଲେ।