ନିର୍ମାଣ ଶ୍ରମିକ ମାନଙ୍କୁ ଛତ୍ରପୁର ବ୍ଲକ ସ୍ତରୀୟ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ପରିସରରେ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଛତ୍ରପୁର ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ ଶିବିର ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ ଙ୍କ ପୌରାହିତରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ପ୍ରଦାନ କରିବା ସହ ଶ୍ରମିକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ, ଦେଶର ନିର୍ମାଣ ରେ ସେମାନଙ୍କ ଭୂମିକା ଅଗ୍ରଣୀୟ l ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ ଶ୍ରମିକ ମାନଙ୍କ ହିତ ନିମନ୍ତେ ବିଭିନ୍ନ ଯୋଜନା କରାଯାଇ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରଯାଉଛି, ସେମାନେ କିପରି କରାଯାଇଥିବା ଯୋଜନା ଗୁଡିକ ର ଲାଭ ପାଇପାରିବେ ସେ ସମ୍ପର୍କରେ ବିଧାୟକ ଶ୍ରୀ ବେହେରା କହିଥିଲେ l ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷା ଏସ. ରାଜେଶ୍ୱରୀ ଦୋରା, ଡ଼ିଏଲସି (ବ୍ରହ୍ମପୁର) ବାବୁ ଚରଣ ପାତ୍ର, ସହକାରୀ ଶ୍ରମ ଅଧିକାରୀ (ଛତ୍ରପୁର) ରଶ୍ମି ରେଖା ପଣ୍ଡା ପ୍ରମୁଖ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ l ଏହା ସହିତ ଯେଉଁ ମାନେ ନିର୍ମାଣ ଶ୍ରମିକରେ ଅନ୍ତର୍ଭୁକ୍ତ ହୋଇଛନ୍ତି ସେମାନେ ନିୟମିତ ନିଜ କାର୍ଡ ନବୀକରଣ କରିବା ପାଇଁ ପରାମର୍ଶ ଦେଇଥିଲେ l ଏହି ବ୍ଲକ ସ୍ତରୀୟ ସହାୟତା ଶିବିରରେ ୬୭୦ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ପ୍ରଦାନ କରାଯାଇଛି, ଏହି ବାବଦକୁ ୧କୋଟି ୭୯ଲକ୍ଷ ୬୯ ହଜାର ୮୦୦ଟଙ୍କା ପ୍ରଦାନ କରାଯାଇଛି l ସେଥି ମଧ୍ୟରୁ ୪୦୮ ଜଣ ହିତାଧିକାରୀଙ୍କୁ ନିଜ ପିଲାର ପାଠ ପଢା ବାବଦକୁ ୨୧ଲକ୍ଷ ୬୧ ହଜାର ୮୦୦ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୧୭୭ ଜଣ ନିର୍ମାଣ ଶ୍ରମିକ କାର୍ଡ ଧାରିଙ୍କୁ ଝିଅ ବିବାହ ବାବଦକୁ ୮୬ ଲକ୍ଷ ୫୦ ହଜାର ଟଙ୍କା, ୫ଜଣ ହିତାଧିକାରୀଙ୍କୁ ପ୍ରସୂତି କାଳୀନ ସହାୟତା ବାବଦକୁ ୫୦ହଜାର ଟଙ୍କା, ୪୦ଜଣ ନିର୍ମାଣ କାର୍ଡ ଧାରିଙ୍କ ପରିବାର ବର୍ଗଙ୍କୁ ମୃତ୍ୟୁ କାଳୀନ ସହାୟତା ବାବଦକୁ ୬୯ ଲକ୍ଷ ୮ ହଜାର ଟଙ୍କା, ୪୦ ଜଣ ହିତାଧିକାରୀ ଙ୍କ ପରିବାର କୁ ମୃତ୍ୟୁ ପରେ ଶବ ଦାହ ବାବଦକୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିବା ଶ୍ରମ ବିଭାଗ ପକ୍ଷରୁ ସୂଚନା ମିଳିଛି l ଏହା ସହିତ ୧୦୦ ଜଣ ନିର୍ମାଣ ଶ୍ରମିକ ଙ୍କୁ ନୂତନ କାର୍ଡ ପ୍ରଦାନ କରାଯାଇଛି, ଶେଷ ରେ ସହକାରୀ ଶ୍ରମ ଅଧିକାରୀ ରଶ୍ମି ରେଖା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ