ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ୧୩୬ ତମ ବିଶ୍ୱ ଶ୍ରମିକ ଦିବସ ମଇ ୦୧ ତାରିଖ ଦିନ ପାଳିତ ହୋଇଯାଇଛି। ପ୍ରଥମେ ନିର୍ମାଣ ଶ୍ରମିକ ନେତା ରାମଚନ୍ଦ୍ର ସାହୁ ଲାଲ ପତାକା ଉତ୍ତୋଳନ କରିବା ପରେ କ୍ଷେତ ମଜଦୁର ୟୁନିୟନ ନେତା ହରି ହର ପାତ୍ର ବିଶ୍ୱ ଶ୍ରମିକ ଦିବସର ଇତିହାସ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ବର୍ତ୍ତମାନ ଶ୍ରମିକ ମାନଙ୍କ ପ୍ରତି ଦେଖା ଦେଇଥିବା ବିପଦ ର ମୁକାବିଲା ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ଶ୍ରମିକ ସଂଗଠିତ ଭାବରେ ସଂଗ୍ରାମ କରିବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରମିକ ନେତା ବିଜୟ ସାମନ୍ତରାୟ , ନିର୍ମାଣ ଶ୍ରମିକ ନେତା ଚନ୍ଦ୍ର ପାଇକରାୟ ଓ କାଳିଆ ସ୍ୱାଇଁ , ନାରୀ ନେତ୍ରୀ ଲକ୍ଷ୍ମୀ ପାତ୍ର ଏବଂ ଛାତ୍ର ନେତା କୃତିବାସ ମହାରଣା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ