‘ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି’ର କର୍ମକର୍ତ୍ତା ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା) : ‘ବାଲେଶ୍ୱର ଜିଲା ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି’ର ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ପରିବହନ ଶ୍ରମିକ ସଂଘ ଗୃହରେ ଆୟୋଜିତ ବୈଠକରେ ଗଦାଧର ପ୍ରଧାନ ଅଧ୍ୟକ୍ଷତା ସହ ସଂଗଠନର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି । ଗୌରାଙ୍ଗ ପାଣିଗ୍ରାହୀ ସଭାପତି, ଗଦାଧର ପ୍ରଧାନ ଓ ପଦ୍ମଭୂଷଣ ରାୟ ଉପସଭାପତି, ବିଜୟ ପାତ୍ର, ସମ୍ପାଦକ, ବିକାଶ କୁମାର ଦାସ, ହରିଶ ଚନ୍ଦ୍ର ପାତ୍ର ଓ ସୁରତୀଲତା ରାଉତ ସହ-ସମ୍ପାଦକ, କୋଷାଧ୍ୟକ୍ଷ ଭାବେ ସଂଜୟ ସାମଲ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସମସ୍ତ ପଞ୍ଜୀକୃତ ଶ୍ରମିକ ସଂଘରୁ ଜଣେ ଲେଖାଏଁ ୨୭ ଜଣ ପ୍ରତିନିଧିଙ୍କୁ ମନୋନୀତ କରାଯାଇଛି । ପ୍ରଦୀପ୍ତ ପଣ୍ଡା, ପୃଥିରାଜ ପଣ୍ଡା, ଅରୁଣ ସ୍ୱାଇଁ, ଭାଗବତ ପ୍ରତିହାରୀ, ବାସନ୍ତୀ ସାମଲ ଓ ରବୀନ୍ଦ୍ର ବେହେରାଙ୍କୁ ସର୍ବସମ୍ମତିକ୍ରମେ ଉପଦେଷ୍ଟା ଭାବେ ଚୟନ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ, ନବୀକରଣ ଓ ସହାୟତା ପ୍ରଦାନରେ ଜିଲା ଶ୍ରମଦପ୍ତରର ଅବହେଳାକୁ ନେଇ ଉପସ୍ଥିତ ଶ୍ରମିକ ନେତାମାନେ ଏହି ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ । ଏନେଇ ଆନ୍ଦୋଳନ ପାଇଁ ଆସନ୍ତା ନଭେମ୍ବର ୯ ତାରିଖ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ । ରାଜ୍ୟ ଶ୍ରମ କମିଶନରଙ୍କୁ ନବନିର୍ବାଚିତ କର୍ମକର୍ତ୍ତାମାନେ ସାକ୍ଷାତ କରି ନିର୍ମାଣ ଶ୍ରମିକମାନଙ୍କୁ ତଥାକଥିତ ଶ୍ରମିକନେତାମାନେ ଅସାଧୁ କର୍ମଚାରୀଙ୍କ ସହଯୋଗରେ ଶୋଷଣ କରୁଥିବା ସମ୍ପର୍କରେ ଅବଗତ କରାଯିବ । ଏଥି ଜିଲା ଶ୍ରମ ଦପ୍ତରରେ ଖାଲିଥିବା ଅଧିକାରୀ ଓ କର୍ମଚାରୀ ପଦପୂରଣ ପାଇଁ ଦାବି କରାଯିବାକୁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶ୍ୟାମସୁନ୍ଦର ଜେନା ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ