ନିର୍ମାଣ ଶ୍ରମିକ ସଙ୍ଘର କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ଓଝାଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘର କାର୍ଯ୍ୟକାରୀ ସଭ୍ୟ ତଥା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ତାଳସଙ୍ଗା ପଂଚାୟତର ବରିଷ୍ଠ ନିର୍ମାଣ ଶ୍ରମିକ ଲକ୍ଷ୍ମୀଧର ଓଝାଙ୍କ କଟକ ବଡ ଡାକ୍ତରଖାନାରେ ବିୟୋଗ ହୋଇଯାଇଛି । ତାଙ୍କ ଅକାଳ ବିୟୋଗରେ ସଙ୍ଘର ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀ,ନାରାୟଣ ସେଠୀ,ସେକ ରିଆଜୁଦ୍ଦିନ,ଗୋପାଳ ଲେଙ୍କା,ନିତ୍ୟାନନ୍ଦ ସାମଲ,ମହେଶ୍ୱର ନାୟକ,ପ୍ରଦିପ୍ତ ସାମଲ,ମନୋଜ ପରିଡା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ତାଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ