ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପରିସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ସଚିଦାନନ୍ଦ ଜେନାଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ଜିଲାରେ ବହୁ ଅଯୋଗ୍ୟ ହିତାଧିକାରୀ ଥିବା ବେଳେ ସେମାନଙ୍କୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ଯୋଡି଼ ପାରିିଲେ ସମାଜର ପରିବର୍ତ୍ତନ ଘଟି ଶ୍ରମିକ ମାନଙ୍କ କଲ୍ୟାଣ ହୋଇପାରିବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଧାମନଗର ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ ଯୋଗ ଦେଇଥିଲେ । ଏହି ଅବସରରେ ସହକାରୀ ଶ୍ରମ ଅଧିକାରୀ ପ୍ରେମ ମଞ୍ଜରି ନାୟକଙ୍କ ମଞ୍ଚ ପରିଚାଳନାରେ ୩ କୋଟି ୬୦ ଲକ୍ଷ ୨ ଶହ ଟଙ୍କାର ଅର୍ଥରାଶି ହିତାଧିକାରୀଙ୍କୁ ପ୍ରଦାନ ନେଇ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ଶ୍ରମ ଅଧିକାରୀ ରତ୍ନାକର ମଲ୍ଲିକ, ପ୍ରତ୍ୟୁଷ କୁମାର ବେହେରା, ଲୋକନାଥ ଦାସ, ନିବେଦିତା ସ୍ୱାଇଁ, କର୍ମଚାରୀ ସ୍ୱରୁପ କାନନ୍ଗୋ, ସୁରେନ୍ଦ୍ର ବିକ୍ରମ ଜେନା, ରୋଜାଲିନ ବାରିକ ସହଯୋଗ କରିଥିଲେ ।