ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦
ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ ସେବା ସପ୍ତାହ-୨୦୨୦ ଭବାନୀପାଟଣା ସହରସ୍ଥିତ ଲାଲ ବାହାଦୂର ଷ୍ଟାଡିୟମ ଠାରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରତେକ ନିର୍ମାଣ ଶ୍ରମିକ ଓଡ଼ିଶା କୋଠବଡୀ ଏବଂ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧୀନରେ ହେବା ପାଇଁ ଅନୁରୋଧ କରିଥିବା ବେଳେ ଓଡିଶା ସରକାରଙ୍କ ଦ୍ୱାରା ନିର୍ମାଣ ଶ୍ରମିକଙ୍କ ପାଇଁ ଯେଉଁ ସବୁ ଯୋଜନା ମାନ କରାଯାଇଛି ତାହାର ସୁଯୋଗ ନେବା ପାଇଁ ପରାମର୍ଶ ଦେଇଥିଲେ। ନିର୍ମାଣ ଶ୍ରମିକ ଙ୍କ ପୁଅ ଝିଅଙ୍କୁ ଶିକ୍ଷିତ ହେବାକୁ ମିଳୁଥିବା ଅର୍ଥ ସାହାଯ୍ୟ ସହ ପୁଅ ଝିଅର ବିବାହ ଖର୍ଚ୍ଚ ପାଇଁ ଦେଉଥିବା ଆର୍ଥିକ ସାହାଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।