ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ
କଟକ, (ଯୁଗାବ୍ଦ ନ୍ୟୁଜ):ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅବସରରେ ଆଜି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଞ୍ଜିକୃତ ହିତାଧିକାରୀମାନଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ଏହି କ୍ରମରେ ଆଜି ୬୫ଜଣଙ୍କୁ ମୃତ୍ୟୁକାଳୀନ ସହାୟତା ଆକାରରେ ୧,୩୨,୦୦,୦୦୦ ଟଙ୍କା, ୬୬ଜଣଙ୍କୁ ଅନ୍ତେଷ୍ଟି କ୍ରିୟା ନିମନ୍ତେ ସହାୟତା ଆକାରରେ ୩,୩୦,୦୦୦ଟଙ୍କା, ୨୮୪ଜଣଙ୍କୁ ବିବାହନିମନ୍ତେ ପ୍ରୋତ୍ସାହନ ସହାୟତା ଆକାରରେ ୧,୪୦,୨୫,୦୦୦ ଟଙ୍କା, ୩୨ଜଣଙ୍କୁ ପ୍ରସୂତି କାଳୀନ ସହାୟତା ଆକାରରେ ୩,୨୦,୦୦୦ଟଙ୍କା ଏବଂ ୩୫ଜଣଙ୍କୁ ଶିକ୍ଷା ସହାୟତା ଆକାରରେ ୭,୯୩,୬୦୦ଟଙ୍କା ହିସାବରେ ସମୁଦାୟ ୪୮୨ ଜଣଙ୍କୁ ମୋଟ ୨ କୋଟି ୮୬ ଲକ୍ଷ ୬୮ ହଜାର ୬୦୦ ଶହ ଟଙ୍କାର ସହାୟତା ଅର୍ଥ ରାଶି ସେମାନଙ୍କ ସଂଚୟ ଖାତାକୁ ଅନଲାଇନ ଯୋଗେ ହସ୍ତାନ୍ତର କରାଯାଇଛି। ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ହରପ୍ରିୟା ନାୟକ, ଜିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ) ଶ୍ରୀ ପ୍ରୀତି ବନ୍ଧନ ଘଡାଇ, ସହକାରୀ ଶ୍ରମ ଅଧିକାରୀ ଡା. ସୀମାନ୍ତ କୁମାର ସାହୁ, ସହକାରୀ ଶ୍ରମ ଅଧିକାରୀ ତୃପ୍ତିମୟୀ ଖଟୁଆ, କଲ୍ୟାଣ ସଂଯୋଜକ ଚନ୍ଦନ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ।