ନିର୍ମାଣ ସରିଥିଲେବି ଘର ହେଉନି ହସ୍ତାନ୍ତର, ଗଛମୁଳେ ଚାଲିଛି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ମିଶନଶକ୍ତି ଘର ନିର୍ମାଣ ସମ୍ପୁର୍ଣ୍ଣ ହୋଇଥିଲେବି ଆଜି ପର୍ଯ୍ୟନ୍ତ ଏହା ହସ୍ତାନ୍ତର ହେଉ ନଥିବାରୁ ଗଛମୁଳେ ମିଶନ ଶକ୍ତିର ବୈଠକ ହେବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗରୁ ଜଣାଯାଇଛି ଯେ ଏହି ପଞ୍ଚାୟତରେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ସରକାରୀ ଅନୁଦାନ ଯୋଗାଇ ଦିଆଯିବାପରେ ଆଜକୁ ୬ମାସ ହେବ ମିଶନଶକ୍ତି ଗୃହ ନିର୍ମାଣ ସରିଲାଣି । କିନ୍ତୁ କାମ କରୁତôବା ଠିକାଦାର ଆଜି ପର୍ଯ୍ୟନ୍ତ ଗୃହଟିକୁ ହସ୍ତାନ୍ତର କରୁ ନଥିବାରୁ ମିଶନ ଶକ୍ତିର ବୈଠକ ବସିବାରେ ନାନା ଅସୁବିଧା ଉପୁଜୁଛି । ଏପରିକି କେତେବେଳେ ଗଛମୁଳେ ତ ଆଉ କେତେବେଳେ କାହା ବାରଣ୍ଡାରେ ବୈଠକ କରାଯାଉଛି । ଆଜି ବୈଠକ ଥିବାବେଳେ ଘର ହସ୍ତାନ୍ତର ହୋଇ ନଥିବାରୁ ମହିଳାମାନେ ଏକ ଗଛମୁଳେ ବସି ବୈଠକ କରିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ପୁର୍ବରୁ ଅନେକବାର ମହିଳାମାନେ ଏନେଇ ଅଭିଯୋଗ କରିତôଲେବି କିଛି ସୁଫଳ ମିଳିପାରୁ ନଥିବା ହଦଗଡ ପଞ୍ଚାୟତ ମହଳାସଭାନେତ୍ରୀ ନିରୁପମା ସିଂ, ସମ୍ପାଦିକା ପଦ୍ମାବତୀ ସତପଥି, ଏମ.ବି.କେ ଅଞ୍ଜନା ନାଏକ, ସିଆରପି ରଜନୀ ନାଏକ, ପଦ୍ମାବତୀ ନାଏକ, ସଭ୍ୟା ବବିତା ମହାପାତ୍ର, ପ୍ରତିମା ସାହୁ, କୁମତୀ ନାଏକ, ବିନତୀ ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି । ମହିଳାମାନେ ଏନେଇ ବିଡିଓଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ସମ୍ପାଦିକା ପ୍ରକାଶ କରିଛନ୍ତି । ହାଯଡିହି ବ୍ଲକର ବିଡିଓ ତୁରନ୍ତ ଘରଟିକୁ ମହିଳା ମିଶନଶକ୍ତିକୁ ହସ୍ତାନ୍ତର କରିବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ