ନିର୍ମାଣ ହେବାକୁ ଥିବା ଜିଲ୍ଲା ପ୍ରଶାସନିକ ଭବନ ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବଙ୍କ ତଦାରଖ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଂଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ୭ ମହଲା ବିଶିଷ୍ଟ ଜିଲ୍ଲା ପ୍ରଶାସନିକ ଭବନ ନିର୍ମାଣ ହେବ । ଏନେଇ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ମହାନ୍ତି ଛତ୍ରପୁର ଗସ୍ତ କରି ନିର୍ମାଣ ହେବାକୁ ଥିବା ପ୍ରଶାସନିକ ଭବନ ସ୍ଥାନକୁ ତଦାରଖ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମହାନ୍ତି ପୁରୁଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂପୂର୍ଣ୍ଣ ଅଞ୍ଚଳକୁ ବୁଲି ଦେଖିଥିଲେ । ଭୁବନେଶ୍ୱରର ଆର୍ଟିଟେକ୍ ନାରାୟଣ ତ୍ରିପାଠୀ ପ୍ରଶାସନିକ ଭବନର ପ୍ରସ୍ତୁତ କରିଥିବା ନକ୍ସାକୁ ମଧ୍ୟ ଶ୍ରୀ ମହାନ୍ତି ଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ପୁର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଟି.ଲୋକେଶ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ମିଳିଥିବା ସୂଚନାନୁସାରେ, ୯୪ କୋଟି ଟଙ୍କା ବ୍ୟୟରେ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ କୋଠାକୁ ଭାଙ୍ଗି ଏଠାରେ ଏକ ୭ ମହଲା ବିଶିଷ୍ଟ ଜିଲ୍ଲା ପ୍ରଶାସନିକ ଭବନ ନିର୍ମାଣ ହେବ । ଏଥିରେ ୩୯ ଟି ବିଭାଗ ସମେତ ଅଫିସର, ୨୪୦ ଜଣ କିରାଣୀ, ୧୨୭ ଜଣ ଚତୁର୍ଥଶ୍ରେଣୀ କର୍ମଚାରୀ କାମ କରିବେ । ପ୍ରସ୍ତାବିତ କୋଠାର ୩ ଟି ବ୍ଲକ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ