ନିର୍ମା ୱାଶିଂ ପାଉଡର ପ୍ୟାକେଟ୍ରେ ଥିବା ଝିଅର ରହସ୍ୟ
ନିର୍ମା ୱାଶିଂ ପାଉଡର ଅନେକ ଦିନ ପୂର୍ବରୁ ଆଜି ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଆଦରଣୀୟ ହୋଇପାରିଛି । ଏହାର ପ୍ୟାକେଟ ଉପରେ ଧଳାରଙ୍ଗର ଫ୍ରକ ପିନ୍ଧିଥିବା ଛୋଟ ଝିଅକୁ ଦେଖିବାକୁ ମିଳିଥାଏ । ସମୟ ସହିତ ୱାଶିିଂ ପାଉଡର ବିଜ୍ଞାପନରେ ଅନେକ ଝିଅଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ତାହାର ପ୍ୟାକେଟ କିମ୍ବା ସାବୁନ ଉପରେ ଆଜି ପର୍ଯ୍ୟନ୍ତ ସେଇ ଗୋଟିଏ ଝିଅକୁ ଦେଖିବାକୁ ମିଳିଥାଏ । ତେବେ ସେ କିଏ ଆପଣ ଜାଣନ୍ତି? ସେ ଝିଅଟି ହେଉଛନ୍ତି ନିରୁପମା । ତାଙ୍କର ନାମ ଅନୁସାରେ ୱାଶିଂ ପାଉଡର ନାମ ନିର୍ମା ରଖାଯାଇଥିଲା । ୧୯୯୦ରେ ଗୁଜରାଟର କର୍ଶନ ଭାଇ ପଟେଲ ନାମରେ ଜଣେ ବ୍ୟକ୍ତି ଏହି ୱାଶିଂ ପାଉଡର କମ୍ପାନୀ ଆରମ୍ଭ କରିଥିଲେ । ତାଙ୍କର ଝିଅ ଥିଲେ ନିରୁପାମା । କର୍ଶନ ତାଙ୍କୁ ଶ୍ରଦ୍ଧାରେ ନିର୍ମା ଡାକୁଥିଲେ । ସେ ସ୍କୁଲରେ ପଢ଼ିବା ସମୟରେ ଏକ ଦୁର୍ଘଟଣାରେ ନିର୍ମାଙ୍କ ମୃତ୍ୟୁ ଘଟିଥିଲା । କର୍ଶନ ଭାଇ ଚାହୁଁଥିଲେ ତାଙ୍କ ଝିଅଙ୍କୁ ସମସ୍ତେ ଜାଣନ୍ତୁ । ପରେ ସେ ଏକ ୱାଶିଂ ପାଉଡର କମ୍ପାନୀ ଆରମ୍ଭ କରି ତାହାର ନାଁ ଝିଅର ନାମ ଅନୁସାରେ ରଖିଥିଲେ । ପ୍ରଥମେ ପ୍ରଥମେ ତାହା ଭଲ ଚାଲି ନ ଥିଲା । କର୍ଶନ ଭାଇ ଏହାକୁ ବହୁତ କମ୍ ଟଙ୍କାରେ ଅଫିସରୁ ଫେରି ଘରେ ଘରେ ବିକ୍ରି କରିଥିଲେ । ଧୀରେ ଧୀରେ ଏହାର ବିକ୍ରି ଅଧିକ ହେବା ସହ ଏହାର ଆଦର ବଢ଼ିଥିଲା । ପରେ ସେ ଟିଭିରେ ଏକ ବିଜ୍ଞାପନ ଦେବାକୁ ଇଚ୍ଛା କରିଥିଲେ । ସେହି ସମୟରେ ଉକ୍ତ ପ୍ୟାକେଟରେ ନିର୍ମାଙ୍କ ଫଟୋ ରଖିବାକୁ ସେ ନିଷ୍ପତ୍ତି ନେଇଥିଲେ । ସେଇଆ ହିଁ ହୋଇଥିଲା । ନିର୍ମା ଲୋକଙ୍କ ପାଖରେ ଆଦରଣୀୟ ହୋଇଗଲା ।