ନିର୍ଯାତିତ ମହିଳାଙ୍କୁ ଉଦ୍ଧାର କଲା ପୁଲିସ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା କିମ୍ଭିରିଆ ଗ୍ରାମରେ ଜଣେ ମହିଳାକୁ ଶାରିରୀକ ଓ ମାନସିକ ନିର୍ଯାତନ ଦିଆଯାଉଥିବା ଅଭିଯୋଗ ପାଇବାପରେ ପୁଲିସ ତାଙ୍କୁ ଆଜି ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ମୁତାବକ ରହଣିଆ ପଞ୍ଚାୟତ ପୁରସ୍ତମପୁର ଗ୍ରାମର ଦେବେନ୍ଦ୍ର ସାମଲଙ୍କ ଝିଅ ପୁଷ୍ପଲତା ୧୦ବର୍ଷ ତଳେ କିମ୍ଭିରିଆ ଗ୍ରାମର କାମେଶ୍ୱର ରାଉତଙ୍କ ପୁଅ ପରମେଶ୍ୱରଙ୍କୁ ବୈଦିକ ବିଧିମତେ ବିବାହ କରିଥିଲେ । ପୁଷ୍ପଲତାଙ୍କର ଦୁଇଗୋଟି ଛୋଟ ପିଲା ଥିବାବେଳେ ସ୍ୱାମୀ ଯାହା ରୋଜଗାର କରେ ତାକୁ ନିଶାପାଣିରେ ଖର୍ଚ୍ଚ କରିଦେଇଥାଏ । ଏନେଇ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେବାରୁ ଗତ ଅଗଷ୍ଟ ମାସରେ କଥା ଥାନାକୁ ଆସିଥିଲା । ଭଦ୍ରଲୋକିଙ୍କ ମାଧ୍ୟମରେ କଥା ସମାଧାନ ହୋଇଥିବାବେଳେ ପରିବାରକୁ ସୂଚାରୁରୂପେ ଚଳାଇବା ସହ କୌଣସି ବିଶୃଙ୍ଖଳା ନଘଟାଇବାକୁ ସ୍ୱାମୀ ପ୍ରତିଶୃତି ଦେଇଥିଲେ । କିନ୍ତୁ ଏବେ ସ୍ୱାମୀ ଜଣକ ସ୍ତ୍ରୀକୁ ମାରଧର କରିବା ସହ ମରଣାନ୍ତକ ଆକ୍ରମଣ କରିଥିବା ଝିଅର ମାଆ ସୀତାରାଣୀ ସାମଲ ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଜାଣିବା ପରେ ଝିଅକୁ ଆଣିବା ପାଇଁ ମାଆ ସୀତାରାଣୀ ଭଡା ଅଟୋ ନେଇ ଯାଇଥିବାବେଳେ ସେମାନଙ୍କୁ ମଧ୍ୟ ଜ୍ୱାଇଁ ଓ ତାଙ୍କ ସାନଭାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା କରିଥିଲେ । ତେଣୁ ସେ ସେଠାରୁ ଫେରିଆସି ଝିଅର ଜୀବନ ପ୍ରତି ବିପଦ ଥିବା ଥାନାରେ ଜଣାଇବା ପରେ ପୁଲିସ ତତକ୍ଷଣାତ କିମ୍ଭିରିଆ ଠାରେ ପହଞ୍ଚି ନିର୍ଯାତିତ ମହିଳାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ