ନିର୍ଯାତିତ ହେଉନ୍ତି ବରିଷ୍ଠ ମହିଳା ଉଦ୍ୟୋଗୀ
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ନାରୀ ଶକ୍ତିକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ଏହି ଦିଗରେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବିଭିିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ତେବେ ମହିଳା ଶିଳ୍ପଦ୍ୟୋଗୀ ସୃଷ୍ଟି କରି ରାଜ୍ୟକୁ ସମୃଦ୍ଧ ଓ ସଶକ୍ତି କରଣରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହୋଇଥିବାବେଳେ ରାଜ୍ୟ ଅର୍ଥ ନିଗମ ଜଣେ ବରିଷ୍ଠ ମହିଳା ଶିଳ୍ପଦ୍ୟୋଗୀଙ୍କୁ ଆଇନର ପାଠ ପଢ଼ାଇ ହରକତ କରିଥିବା ଖବର ନଜରକୁ ଆସିଛି । ଏହି ମହିଳା ଜଣଙ୍କ ହେଉଛନ୍ତି ଅପର୍ଣ୍ଣା କାଠୁଆ । ସେ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରିଜ ଟ୍ରେନିଂ ନେବା ପରେ ଭୁବନେଶ୍ୱର ଡିଆଇସିଙ୍କ ପରାମର୍ଶରେ ଓଡ଼ିଶା ଅର୍ଥ ନିଗମଠାରେ ତା. ୧୯.୦୮.୧୯୮୭ରିଖରେ ହୋଟେଲ ପ୍ଲଟ୍କୁ ଲୋନ୍ ଆକାରରେ ବନ୍ଧକ ରଖି ରାଜାରାଣୀ ନାମରେ ଏକ ହୋଟେଲ ବ୍ୟବସାୟ ଆରମ୍ଭ କରିଥିଲେ । ତେବେ ପରବର୍ତୀ ସମୟରେ ଇଏମ୍ଆଇ ପୈଠରେ ଅବହେଳା ଦର୍ଶାଇ ଓଡ଼ିଶା ଅର୍ଥ ନିଗମ ତାଙ୍କର ହୋଟେଲ ନିଲାମ କରିଦେଇଥିଲେ । ଅପର୍ଣ୍ଣା କାଠୁଆ ଅର୍ଥ ନିଗମକୁ ଯେତେ ନେହୁରା ହେଲେ ମଧ୍ୟ ନିଗମ କର୍ତ୍ତୃପକ୍ଷ ଆଇନର ବାଟ ଦେଖାଇ ତାଙ୍କର ଜମିର କାଗଜପତ୍ର ନଫେରାଇ ତାଙ୍କୁ ହରତକ କରିଚାଲିଛନ୍ତି । ଯାହାକୁ ନେଇ ସେ ଏବେ ନିର୍ଯାତିତ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ।