ନିର୍ଯ୍ୟାତନା ସହିନପାରି ମହିଳାଙ୍କ ଆତ୍ମହତ୍ୟା, ସ୍ୱାମୀ ଗିରଫ

ହିଞ୍ଜିଳିକାଟୁ, (ଶେେଦେବ ସାହୁ):ପ୍ରେମ ବିବାହର ୬ମାସ ନପୁରୁଣୁ ଯୌତୁକ ଦାବି କରିଥିଲେ ଶଶୁର ଘର ଲୋକେ । ନିର୍ଯ୍ୟାତନା ସହ୍ୟ କରିନପାରି ବିଷ ପିଇ ନବ ବିବାହିତା ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି । ରକାଶ ଯେ, ହିଞ୍ଜିଳି ଥାନା ତହଁର ଗ୍ରାମର ଟୁକୁନା ମେହେନାଙ୍କ ଝିଅ ଉମାଦେବି ଓରଫ ମୋହିନି (୧୯)ଙ୍କ ସହ ସ୍ଥାନୀୟ ଥାନା ନରୋନ୍ଦ୍ରପୁର ଗ୍ରାମର ପାଣ୍ଡବ ପୋଲାଇଙ୍କ ପୁଅ ଶିବ ପ୍ରସାଦ ପୋଲାଇଙ୍କ ସହ ଗତ ନଭେମ୍ବର ୨୦୨୦ରେ ପିତଳ ଉତରେଶ୍ୱର ଶିବ ମନ୍ଦିରରେ ପ୍ରେମ ବିବାହ ହୋଇଥିଲା । ବାହାଘରର ୨ମାସ ପରେ ଶଶୁର ଘର ଲୋକେ ଯୌତୁକ ଦାବି କରି ମୋହିନିଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ବୋଲି ମୃତକଙ୍କ ଭାଇ ରାମୟାନା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣକ ଗତ ୨୨ ତାରିଖରେ ବିଷ ପାନ କରି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ତେବେ ଚିକିତ୍ସାଧିନ ସମୟରେ ଗତ ୨୮ ତାରିଖରେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ଶଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହି ନପାରି ମୋହିନି ଆତ୍ମହତ୍ୟା କରିଥିବା ନେଇ ମୃତକଙ୍କ ଭାଇ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନା କେଶ ନଂ- ୧୩୩/୨୧ରେ ଏକ ମାମଲା ରୁଜୁ କରି ମୃତକଙ୍କ ସ୍ୱାମୀ ଶିବଙ୍କୁ ହିଞ୍ଜିଳିି ପୁଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ