ନିଲମ୍ବିତ ସୁଲଣ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ୭ରେ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ସରକାରୀ ଅନୁଦାନ ହେଫେର ଅଭିଯୋଗରେ ରାଜ୍ୟ ସରକାରଙ୍କ ୫-ଟି ଛାଟ ବଳରେ ନିଲମ୍ବିତ ହୋଇଥିବା ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ଆସନ୍ତାକାଲି ୭ତାରିଖ ଦିନ ଅନୁଷ୍ଠିତ ହେବ । ଆନନ୍ଦପୁର ଉପଜିଲ୍ଲାପାଳଙ୍କ ୬୯୦୭/ତା ୨୪/୧୨/୨୦୧୯ ନିର୍ଦ୍ଦେଶ ମତେ ସୁଲଣ ପଞ୍ଚାୟତ କାର୍ଯ୍ୟାଳୟରେ ଦିନ ୧୧ଟାବେଳେ ଏହି ଅନାସ୍ଥାଭୋଟ ହେବ । ହାଟଡିହି ତହସିଲଦାର ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହିବାବେଳେ ହାଟଡିହି ବିଡିଓ ଏକଜୁକୁଟିଭ ମାଜିଷ୍ଟେଟ ଭାବେ ଉପସ୍ଥିତ ରହିବେ । ହାଟଡିହି ବ୍ଲକର ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଓ ପଞ୍ଚାୟତର ପିଇଓ ସମସ୍ତ ପୁର୍ବପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଞ୍ଚାୟତରେ ୫୦ଲକ୍ଷରୁ ଉର୍ଦ୍ଧ ସରକାରୀ ଅନୁଦାନ ହରିଲୁଟ ଓ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ୧୨ଜଣ ୱାର୍ଡସଭ୍ୟସଭ୍ୟା ମାନଙ୍କ ମଧ୍ୟରୁ ୯ଜଣ ୱାଡସଭ୍ୟସଭ୍ୟା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ