ନିଲାମ ହୋଇଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ଅର୍ପଣ

ପୁରୀ, (ୱାଏନଏସ):ନିଲାମ ହୋଇଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ସଂଗୃହିତ ହୋଇଥିବା ଅର୍ପଣ ଚାଉଳ । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ନିଲାମ ହୋଇଚି ଅର୍ପଣ ଚାଉଳ । ଅର୍ପଣ ଚାଉଳ ନିଲାମ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ। ମୋଟ ୧୦ ହଜାର ୩୨୨ କୁଇଣ୍ଟାଲ ଅର୍ପଣ ଚାଉଳ ନିଲାମ ହୋଇଥିବା ସୂଚନା ଦେଇଛନ୍ତି ପୁରୀ ଜିଲାପାଳ। ମୋଟ ୨ କୋଟି ୮୬ ଲକ୍ଷ ଟଙ୍କାରେ ଅର୍ପଣ ଚାଉଳକୁ ନିଲାମ କରାଯାଇଛି। ଏହି ଅର୍ଥକୁ ଶ୍ରୀ ମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ ଓ ଏହା ଶ୍ରୀ ମନ୍ଦିର ପାଣ୍ଠିରେ ରଖାଯିବ ବୋଲି ପୁରୀ ଜିଲାପାଳ କହିଚନ୍ତି।ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସର ରେ ରାଜ୍ୟର କୋଣ ଅନୁକୋଣରୁ ଅର୍ପଣ ଚାଉଳ ଭକ୍ତଙ୍କ ଠାରୁ ଆସିଥିଲା। ପ୍ରାୟ ୧୪ ହଜାର କ୍ୱିଣ୍ଟାଲ ଅର୍ପଣ ଚାଉଳ ସଂଗ୍ରହ କରାଯାଇଥିଲା। ତେବେ ଏହି ଅର୍ପଣ ଚାଉଳରୁ ମହାପ୍ରସାଦ ପ୍ରସ୍ତୁତି କରାଯାଇ ଶ୍ରୀ ମନ୍ଦିର ଚାରି ଦ୍ୱାର ରେ ଭକ୍ତ ଙ୍କ ପାଇଁ ବଣ୍ଟନ କରାଯାଇଥିଲା। ତେବେ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଏହା ବନ୍ଦ ହୋଇଯାଇଥିଲା। ନୁଆ ସରକାର ଆସିବା ପରେ ଏହି ଅର୍ପଣ ଚାଉଳ ରୁ ମହାପ୍ରସାଦ ପ୍ରସ୍ତୁତି ଓ ଭକ୍ତ ଙ୍କୁ ବଣ୍ଟନ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା। ତେବେ ଚାଉଳ ଧୀରେ ଧୀରେ ଖରାପ ହେବାରେ ଲାଗିବାରୁ ଏହାକୁ ନିଲାମ କରି ସଂଗୃହୀତ ଅର୍ଥ କୁ ଶ୍ରୀ ମନ୍ଦିର ପାଣ୍ଠି ରେ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରେ କହିଚନ୍ତି, ଅର୍ପଣ ଚାଉଳ ର ଆଗାମୀ କାର୍ଯ୍ୟପନ୍ଥା ନେଇ ରାଜ୍ୟ ସରକାର ଙ୍କୁ ଅବଗତ କରାଜାଇଥିଲା। ତେବେ ଏହି ଚାଉଳ କୁ ନିଲାମ କରାଯାଇ ବିକ୍ରୀ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲା। ଏହି କ୍ରମରେ ଗତକାଲି ଏହାର ନିଲାମ ହୋଇଚି। ନିଲାମ ନେଇଥିବା ସଂସ୍ଥା ଅର୍ଥ ପ୍ରଦାନ କରିବା ପରେ ଚାଉଳ ଉଠାଇବା ପାଇଁ ଅନୁମତି ଦିଆଯିବ। ନିଲାମ ରୁ ସଂଗୃହୀତ ଅର୍ଥ କୁ ଶ୍ରୀ ମନ୍ଦିର ପ୍ରଶାସନ ଆକାଉଣ୍ଟ କୁ ଦିଆଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ