ନିଳକଣ୍ଠେଶ୍ୱର ସେବା ସଂଘ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ବ୍ଲକ ନିଳକଣ୍ଠେଶ୍ୱର ସେବା ସଂଘ ପକ୍ଷରୁ ୫ ଖଣ୍ଡ ଗ୍ରାମର ସଭାପତି କାଳିଶଙ୍କର ପାତ୍ରଙ୍କ ସହଯୋଗରେ ଆବାଳ ବୃଦ୍ଧା ବନିତାଙ୍କୁ ସୋମବାର ଶୀତ ବସ୍ତ୍ର ବଣ୍ଟନ କରାଯାଇଛି । ସୂଚନାଅନୁଯାୟୀ ମୋହନା ବ୍ଳକର ୫ ଟି ଅଂଚଳ ଲଣ୍ଡାଗୁଡା , ଭୀମପୁର, ଖାରିତେପ, ଯୋଡି ପଥର, ରାଣୀ ଖମା ଅଂଚଳର ବସବାସ କରୁଥିବା ପ୍ରାୟ ୨୧୫ ଟି ପରିବାରର ପିଲା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ କମ୍ବଳ ଓ ପିଲା ମାନଙ୍କୁ ଛୋଟ ଶୀତ ବସ୍ତ୍ର ପ୍ରଦାନ କରିଥିଲେ ।ଏହି କାର୍ଯ୍ୟରେ ଗ୍ରାମର ମୁଖ୍ରିଆ ତ୍ରିନାଥ ନାୟକ, ରଘୁନାଥ ନାୟକ, ଦୁଖିଶ୍ୟାମ ମଲ୍ଲିକ , ଦାଶରଥି ମଣ୍ଡଳ , ଅଲେଖ ମଲ୍ଲିକ, ସମାଜସେବୀ ଅଶୋକ କୁମାର ରଂଜିତ ସହଯୋଗ କରିଥିଲେ । ପ୍ରତିଟି ଅଂଚଳ କୁ ବଣ୍ଟନ କରିବାକୁ ଯିବା ସମୟରେ ପାରମ୍ପରିକ ଆଦିବାସୀ ବାଜ ବାଜଣା ବଜାଇ ହଳଦି ପାଣିରେ ପାଦ ଧୋଇ ଗ୍ରାମକୁ ନିମନ୍ତ୍ରଣ କରିଥିଲେ । ଆଦିବାସୀ ଅଂଚଳ ମାନଙ୍କର ଭାରତୀୟ ପଂରମ୍ବରାକୁ ବଜାୟ ରଖି୍‌ଥିବା ବେଳେ ସହରାଂଚଳରେ ତାହା ବିପରୀତ ବୋଲି ମତ ପ୍ରକାଶ କରିଥିଲେ ।କାଳିଶଙ୍କର ପାତ୍ର ଓ ସମାଜସେବୀ ପ୍ରକାଶ ଚନ୍ଦ୍ର ପଣ୍ଡା ଆଦିବାସୀ ମାନଙ୍କ ଭଲ ପାଇବା ଅତୁଟ ରହିବ ବୋଲି ମତ ପ୍ରକାଶ କରିଥିଲେ । କୃର୍ଷ୍ଣଚନ୍ଦ୍ର ସାହୁ , ମନୋଜ କୁମାର ପଣ୍ଡା,ଉମାଶଙ୍କର ପାତ୍ର , ଜି ମହେଶ୍ୱର ପ୍ରମୁଖ ଯୋଗ ଦେଇ ଏହି ନିଜକୁ ଧନ୍ୟମନେ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ