ନିଳମ୍ବିତ ଶିକ୍ଷକଙ୍କୁ ପଦୋନ୍ନତୀ ମସୁଧା, ଗ୍ରେଡେସନ ତାଲିକାରେ ନିଲମ୍ବନ ଶିକ୍ଷକଙ୍କ ନାମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସାଳୀନ ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଶିକ୍ଷକଙ୍କୁ ବର୍ତ୍ତମାନ ଗ୍ରେଡେସନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିବା ନେଇ ସାମାଜିକ ଗଣମାଧ୍ୟମରେ ଏକ ତାଲିକା ଘୁରି ବୁଲୁଛି । ଯାହାକୁ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ କଳାକାରନାମା ପଦାରେ ପଡି ଯାଇଛି । ଏହାକୁ ନେଇ ବୁଦ୍ଧିଜୀବୀ ଓ ଶିକ୍ଷକ ମହଲରେ ମଧ୍ୟ ନାନା ଆଲୋଚନା ହେଉଛି । ଖବରରୁ ଜଣାଯାଇଛି ଯେ ବର୍ତ୍ତମାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କର ଗ୍ରେଡେସନ ପ୍ରକ୍ରୀୟା କାର୍ଯ୍ୟ ଚାଲୁରହିଛି । ଏହି ପ୍ରକ୍ରୀୟାରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାମିଲ କରାଯାଇଥିବାବେଳେ ନିଲମ୍ବିତ ଶିକ୍ଷକ ଅନିରୁଦ୍ଧ ବିଶ୍ୱାଳଙ୍କ ନାମ ତାଲିକାର ୧୭୮ନମ୍ବର ସିରିୟଲରେ ରହିଛି । ନିୟମାନୁଯାଇ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠି ନଥିବାରୁ ତାଲିକାରେ ଉଦ୍ଧିଷ୍ଟ ସ୍ଥାନରେ ‘ପେଣ୍ଡିଙ୍ଗ’ ବୋଲି ଲେଖାଯିବା କଥା । କିନ୍ତୁ ତାହା ନକରି ତାଲିକା ଏବେ ଅନୁମୋଦନ ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦିଆଯାଇଛି । ଜଣେ ନିଳମ୍ବିତ ଶିକ୍ଷକଙ୍କୁ କିପରି ପଦୋନ୍ନତୀ ଦିଆଯାଉଛି ତାହାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କୁ ପଚାରିବାରେ ସେ କହିଥିଲେ ଯେ ଭୁଲରେ ଏପରି ହୋଇଥିଲା ଏବେ ଦୁଇଦିନ ତଳେ ଆମେ ତାକୁ ସଂଶୋଧନ କରି ଦେଇଛୁ ବୋଲି କହିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ