ନିଳିକଣା ଗୋରକ୍ଷଣୀଠାରେ ଗୋପୂଜନ କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟଦ୍ୱାରା ପ୍ରତିଷ୍ଠିତ ନିଳିକଣା ଗୋରକ୍ଷଣୀଠାରେ ଗୋପୂଜନ କାର୍ଯ୍ୟକ୍ରମ ରବିବାର ଗହ୍ମା ପୁର୍ଣ୍ଣମୀ ଅବସରରେ ହିନ୍ଦୁ ପରମ୍ପରା ଓ ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଗୋରକ୍ଷଣୀରେ ଥିବା ଗାଈଗୋରୁମାନଙ୍କୁ ଫୁଲ, ଚନ୍ଦନ ଓ ସୁନ୍ଦର ଦିଆଯାଇ ପୂଜା କରାଯିବା ସହିତ ସେମାନଙ୍କୁ ଚକୁଳି ପିଠା ଓ ଖେଚୁଡି ଡାଲମା ଖାଇବାକୁ ଦିଆଯାଇଥିଲା । ଗୋ କଲ୍ୟାଣ ସମିତି ସଭାପତି ଫକୀର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସୁଶିଲ କୁମାର ସାମଲ, ସହସମ୍ପାଦକ ତଥା ଗୋରକ୍ଷଣୀର ତତ୍ୱାବଧାରକ ତରୁଣ ରଞ୍ଜନ ପ୍ରଧାନ, ଭାଗବତ ସାହୁ, ବସନ୍ତ କୁମାର ସେଠୀ, ମହେନ୍ଦ୍ର କୁମାର ପରିଡା, ରାମନାରାୟଣ ପ୍ରଧାନ, ପ୍ରଶାନ୍ତ କୁମାର ପ୍ରଧାନ, ଶ୍ରୀନିବାସ ବରାଳ, କୃପାସିନ୍ଧୁ ସାହୁ, କଣ୍ଡୁରୀ ଚରଣ ପାତ୍ର, ବିଧୁଭୂଷଣ ମହାପାତ୍ର ଓ ବଂଶୀଧର ଜେନା ପ୍ରମୁଖ ଯୋଗଦେଇ ଗୋରକ୍ଷଣୀର ଉତ୍ତରୋତ୍ତର ଉନ୍ନତି କାମନା କରି ବକ୍ତବ୍ୟ ରଖିଥିଲେ । ଏଥିସହିତ ଗୋରକ୍ଷଣୀ ପରିସରରେ ବିଭିନ୍ନ ଫଳ ଗଛର ଚାରା ରୋପଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ