ନିଳେକ ପଞ୍ଚାୟତର ପିଇଓ ଭାବେ ନିଶାକର ଖୁଣ୍ଟିଆଙ୍କ ଦାୟୀତ୍ୱ ଗ୍ରହଣ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ନୂତନ ପିଇଓ ଭାବେ ନିଶାକର ଖୁଣ୍ଟିଆଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ପ୍ରକାଶ ଯେ, ଉକ୍ତ ପଞ୍ଚାୟତରେ କାର୍ଯ୍ୟରତ ପିଇଓ ଦୀଲିପ କୁମାର ରାଉତଙ୍କର ଗତ ଅଗଷ୍ଟ ୨୫ରେ ଅକାଳ ବିୟୋଗ ଘଟିଥିଲା । ଫଳରେ ଉକ୍ତ ପଞ୍ଚାୟତରେ ପିଇଓ ପଦବୀ ଖାଲି ପଡିଥିଲା । ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଶ୍ରୀ ଖୁଣ୍ଟିଆଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଛି । ମାଜିଷ୍ଟେଟ ଦାୟୀତ୍ୱରେ ଥିବା ଅତିରିକ୍ତ ତହସିିଲଦାର ବିନିତାରାଣୀ କିସ୍କୁ, ଏବିଡିଓ ନିଶାକର ଖୁଣ୍ଟିଆ, ସରପଞ୍ଚ ପ୍ରତିନିଧି ରବିନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି ଓ ପୂର୍ବତନ ପିଇଓଙ୍କ ଭାଇ ପ୍ରବୀର କୁମାର ରାଉତଙ୍କ ଉପସ୍ଥିତିରେ ଶ୍ରୀ ଖୁଣ୍ଟିଆ ଉକ୍ତ ପଞ୍ଚାୟତର କାର୍ଯ୍ୟଭାର ଗ୍ରହଣ କରିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ