ନିଳୋକରେ ଅଲେଖ ମେଳା ଅନୁଷ୍ଠିତ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ଠାରେ ଅଲେଖ ମେଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ନଦୁଆଁ ଗାଦିର ଭାଗୀରଥି ବାବା ଏଥିରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଯଜ୍ଞାଦି କର୍ମ ସମ୍ପାଦନ କରିଥିଲେ । ତାଙ୍କ ସହିତ ବିଭିନ୍ନ ସ୍ଥାନରୁ ସାଧୁମାନେ ଉପସ୍ଥିତ ଥିଲେ । ସୂର୍ଯ୍ୟ ଅସ୍ତ ଠାରୁ ଏହି ମେଳା ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପୂର୍ବରୁ ଶେଷ ହୋଇଥିଲା । ସନ୍ଧ୍ୟା ଠାରୁ ସକାଳ ପର୍ଯ୍ୟନ୍ତ ଅଲେଖ ମହିମାଙ୍କର ବିଭିନ୍ନ ଭଜନ କୀର୍ତ୍ତନ ପରିବେଷଣ ହୋଇଥିଲା । ପ୍ରଭାସ ଚନ୍ଦ୍ର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାନନ ଦାସ, ବିଜୟାନନ୍ଦ ଦାସ, ଅଜୟ କୁମାର ଦାସ, ରାଜେଶ ଦାସଙ୍କ ସମେତ ଅନ୍ୟ ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ