ନିଳୋକରେ ପ୍ରାଣୀଧନ ସହାୟକ କେନ୍ଦ୍ର ପ୍ରତିଷ୍ଠା ଦାବୀ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପ୍ରାଣୀଧନ ସହାୟକ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅଞ୍ଚଳବାସୀ ମାନେ ଦାବୀ କରିଛନ୍ତି । ପ୍ରକାଶ ଯେ, ଉକ୍ତ ପଞ୍ଚାୟତରେ ୧୪ଟି ରାଜସ୍ୱ ଗ୍ରାମର ପ୍ରାୟ ୬ ହଜାର ଲୋକ ବସବାସ କରନ୍ତି । ଏହି ପଞ୍ଚାୟତର ଲୋକ ମାନେ ପ୍ରାୟ ୨୦ ହଜାର ପଶୁପକ୍ଷୀ ପାଳନ କରୁଛନ୍ତି । ଏପରିସ୍ଥଳେ ଉକ୍ତ ପଞ୍ଚାୟତର ସଦର ମହକୁମାରେ ପ୍ରାଣୀଧନ ସହାୟକ କେନ୍ଦ୍ର ନଥିବାରୁ ପ୍ରାଣୀ ଚିକିତ୍ସାରେ ସମସ୍ୟା ସୃଷ୍ଟି ହୋଇଛି । ଲୋକ ମାନେ ପ୍ରାୟ ୪ କିମି ଦୂର ପ୍ରାଣୀଧନ ସହାୟକ କେନ୍ଦ୍ର ଉପରେ ନିର୍ଭର କରି ଚଳୁଛନ୍ତି । ଏଠାକାର ଲୋକ ମାନେ ବିଶେଷଭାବେ କୃଷି ଓ ପଶୁ ପାଳନ ଉପରେ ନିର୍ଭର କରୁଥିବାରୁ ଏଠାରେ ପ୍ରାଣୀଧନ ସହାୟକ କେନ୍ଦ୍ରଟିଏ ଜରୁରୀ ହୋଇପଡିଛି । ଅନେକ ସମୟରେ ପଶୁପକ୍ଷୀ ମାନେ ରୋଗଗ୍ରସ୍ତ ହେଉଥିବା ବେଳେ ସେମାନଙ୍କୁ ସଠିକ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରୁନାହିଁ । ଏହି ପଞ୍ଚାୟତର ସଦର ମହକୁମାରେ ପ୍ରାଣୀଧନ ସହାୟକ କେନ୍ଦ୍ରଟିଏ ପ୍ରତିଷ୍ଠା କରିବା ପାଇଁ ଅଞ୍ଚଳବାସୀ ମାନେ ମୁଖ୍ୟମନ୍ତ୍ରୀ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ, ଭଦ୍ରକ ଜିଲାପାଳ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିରୀଙ୍କୁ ଏସଂପର୍କରେ ଅବଗତ କରାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ