ନିଳୋକରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ୧୨୯୮ ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦିଆଯାଇଛି । ଡଃ.ସୁଧାଂଶୁ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡି ସମ୍ପାଦକ ଇଂ.ପ୍ରୟାସକାନ୍ତି ସାମଲ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା, ବିଡିଓ ଶୁଭଦର୍ଶନ ମିଶ୍ର, ସରପଞ୍ଚ ଅଶୋକ ମହାନ୍ତି, ପୁର୍ବତନ ବିଧାୟକ ପ୍ରଫୁଲ୍ଳ ଜେନା, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ବ୍ଲକ ଯୁବବିଜେଡି ସଭାପତି ସତ୍ୟସାଧନ ବେଜ, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ରବିନ୍ଦ୍ର ଦାସ ଯୋଗ ଦେଇ ଏହି ଯୋଜନା ରାଜ୍ୟ ସରକାରଙ୍କର ଏକ ଐତିହାସିକ ପଦକ୍ଷେପ ବୋଲି କହିଥିଲେ । ଅତିଥି ମାନଙ୍କ ଦ୍ୱାରା ୧୦ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଏସ୍.ଆଇ ପ୍ରସାଦ କୁମାର ଜେନା, ବ୍ଲକ ମୁଖ୍ୟ କିରାଣୀ ନିରଞ୍ଜନ ସେଠୀ, ସିଆରସିସି କୁଳପ୍ରଭା ସୁଆର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀଲିପ କୁମାର ରାଉତ, ପଞ୍ଚାୟତ ବିଜେଡି ସଭାପତି ପଦ୍ମନାଭ ନାୟକ, ଯୁବନେତା ବିପିନ ନାୟକ, ଛାତ୍ରନେତା ପ୍ରଣବ କିଶୋର ଲେଙ୍କା, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ବଟକୃଷ୍ଣ ମହାନ୍ତି, ପୂର୍ବତନ ବ୍ଲକ ଯୁବବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ମିତ୍ରଭାନୁ ସ୍ୱାଇଁ, ଆଲୋକ କୁମାର ରାଉତଙ୍କ ସମେତ ସମସ୍ତ ଅଙ୍ଗନୱାଡି ଓ ମହିଳା ମହାସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବାଇଧର ରାଜ, ସୁଶାନ୍ତ ସାହୁ, ଶିବ ନାରାୟଣ ଖିଲାର, ପର୍ଶୁରାମ ବାରିକ, ନିଳକଣ୍ଟ ମିଶ୍ରଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ସେହିପରି ପଧାନପଡା, ଗୋବିନ୍ଦପୁର, କେନ୍ଦୁଆପଦା, ତୋଡଗାଁରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।